କରୋନା ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅଭିନେତାରୁ ପାଲଟିିଲେ ଆମ୍ବୁଲାନ୍ସ ଚାଳକ

ବମ୍ବେ: ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ବ୍ୟାପିବା ଦିନରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୮୬ ହଜାର ଅତିକ୍ରମ କରି ପୁଣି ଏକ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ଏହି ସଂକ୍ରମଣ ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଏପରି ସ୍ଥଳେ ମୃତ୍ୟୁ ସଂଖ୍ୟା ବି ପ୍ରତିଦିନ ବଢ଼ି ଚାଲିଛି। ଲୋକମାନେ ସାହାଯ୍ୟ ପାଇଁ ବି ଆଗେଇ ଆସୁଛନ୍ତି।

ଏହି କ୍ରମରେ ବଲିଉଡ ଅଭିନେତା ସୋନୁ ସୁଦଙ୍କ ପରେପରେ ଭୂମି ପେଡନେକର, ରବିନା ଟଣ୍ଡନ, ଗୁରମିତ ଚୌଧୁରୀ, ବିନିତ ସିଂହ ପ୍ରମୁଖ ସାମିଲ ହୋଇଥିଲେ। ଏହି ତାଲିକାରେ ଏବେ କନ୍ନଡ଼ ସିନେମାର ସୁପରଷ୍ଟାର ଅର୍ଜୁନ ଗୌଡ଼ାଙ୍କ ନାମ ବି ଯୋଡ଼ି ହୋଇଯାଇଛି।। ସେ କରୋନା କାଳରେ ଅଭିନେତାରୁ ଆମ୍ବୁଲାନ୍ସ ଚାଳକ ପାଲଟି ଯାଇଛନ୍ତି।

କରୋନା ସମୟରେ  ଲୋକଙ୍କୁ ସାହାଯ୍ୟ କରିବାକୁ ଯାଇ କିଛିଦିନ ହେବ ଅର୍ଜୁନ ନିଜ ଘରକୁ ଯାଇ ନାହାନ୍ତି। ସେ ଆମ୍ବୁଲାନ୍ସ ଚାଳକ ହୋଇ ରୋଗୀମାନଙ୍କୁ ଯେତେ ଶୀଘ୍ର ହୋଇ ପାରୁଛି ହସ୍ପିଟାଲରେ ପହଞ୍ଚାଉଛନ୍ତି।  କେବଳ ଏତିକି ନୁ‌ହେଁ, ସେ ଏଯାବତ ୬ଜଣଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ କରି ସାରିଛନ୍ତି। କରୋନା ରୋଗୀଙ୍କ ପାଇଁ ତାଙ୍କ ଦ୍ବାରା ଯେତିକି ସମ୍ଭବ ହୋଇ ପାରୁଛି ସେ ତାହାକୁ କରିବାକୁ ପଛାଉ ନାହାନ୍ତି।

ସମ୍ବନ୍ଧିତ ଖବର