ଭାଲେଣ୍ଟାଇନ୍ ଡେ’ରେ ୧୦୦ କର୍କଟ ରୋଗୀଙ୍କୁ ସହାୟତା କଲେ ଅର୍ଜୁନ

ଚଳଚ୍ଚିତ୍ର ଜଗତଠୁ ଆରମ୍ଭ କରି ବିଖ୍ୟାତ ଖେଳାଳି ଓ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତେ ଭାଲେଣ୍ଟାଇନ୍ ଡେ’କୁ ପ୍ରେମମୟ କରୁଥିବା ବେଳେ ବି’ଟାଉନ୍‌ର ଅଭିନେତା ଅର୍ଜୁନ କପୁର ଏକ ନିଆରା ଢଙ୍ଗରେ ଆଜିର ଦିନକୁ ପାଳନ କରିଛନ୍ତି। କର୍କଟ ରୋଗରେ ପୀଡ଼ିତ ୧୦୦ ଜଣ ରୋଗୀଙ୍କୁ ସେ ଚିକିତ୍ସା ପାଇଁ ସହାୟତା ପ୍ରଦାନ କରିଛନ୍ତି। ଏହା ସହିତ ସେ ଲୋକଙ୍କୁ ମଧ୍ୟ ସବୁ କର୍କଟ ପୀଡ଼ିତଙ୍କୁ ସହାୟତା କରିବାକୁ ଅନୁରୋଧ କରିଛନ୍ତି। ତେବେ ଅର୍ଜୁନଙ୍କ ମା’ ମୋନା ସୌରି କର୍କଟରେ ଆକ୍ରାନ୍ତ ହେବାରୁ ତାଙ୍କ ଦେହାନ୍ତ ଘଟିଥିଲା। ସେଥିପାଇଁ ଅର୍ଜୁନ ମା’ଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ କିଛି କିଛି କର୍କଟ ପୀଡ଼ିତଙ୍କୁ ଚିକିତ୍ସା ପାଇଁ ସହାୟତା ପ୍ରଦାନ କରିଆସୁଛନ୍ତି।

ସମ୍ବନ୍ଧିତ ଖବର