ମୁମ୍ବାଇ: ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀ ଓ ପ୍ରଯୋଜକ ବୋନି କପୁରଙ୍କ ବଡ଼ ଝିଅ ଜାହ୍ନବୀ କପୁରଙ୍କ ଡେବ୍ୟୁ ଫିଲ୍ମ ‘ଧଡ଼କ’ ରିଲିଜ୍ ହୋଇଛି। ନିର୍ମାତା‘ଧଡ଼କ’ର ଏକ ସ୍ପେସିଆଲ୍ ସ୍କ୍ରିନିଙ୍ଗ୍ ୟଶ୍ରାଜ୍ ଷ୍ଟୁଡ଼ିଓରେ ରଖିଥିଲେ, ଯେଉଁଥିରେ କି ଜାହ୍ନବୀଙ୍କ ପରିବାର ତରଫରୁ ପିତା ବୋନି କପୁରଙ୍କ ସମେତ ଭାଇ ଅର୍ଜୁନ୍ କପୁର,ଭଉଣୀ ଖୁସି କପୁର ଏବଂ ଅଂଶୁଳା କପୁର୍ ଯୋଗଦେଇଥିଲାବେଳେ ଅଭିନେତା ଇଶାନ୍ ଖଟ୍ଟରଙ୍କ ପରିବାର ତରଫରୁ ଭାଇ ସାହିଦ୍ କପୁର୍ଙ୍କ ସମତେ ଭାଉଜ ମୀରା ରାଜପୁତ୍,ଏବଂ ମାତା ନୀଲିମା ଅଜିମ୍ ଉପସ୍ଥିତ ରହିଥିଲେ।
ତେବେ ଇଶାନ୍ ଏବଂ ଜାହ୍ନବୀଙ୍କ ପରିବାରକୁ ଛାଡ଼ି ବି ଏଠାରେ ଅନ୍ୟମାନଙ୍କ ମଧ୍ୟରେ ଅଭିନେତ୍ରୀ ରେଖା,ମାଧୁରୀ ଦୀକ୍ଷିତ,ସାରା ଅଲ୍ଲୀ ଖାନ୍,ମଲାଇକା ଅରୋରା ଖାନ୍ , କରିସ୍ମା କପୁର୍ଙ୍କ ସମେତ ଅଭିନେତା କାର୍ତ୍ତିକ୍ ଆର୍ଯ୍ୟନ୍,କୁନାଲ୍ ଖେମୁ ଇତ୍ୟାଦି ମଧ୍ୟ ପହଞ୍ଚିଥିଲେ। ତେବେ ଯେତେବେଳେ ‘ଧଡ଼କ’ର ଟ୍ରେଲର୍ ରିଲିଜ୍ ହୋଇଥିଲା,ସେତେବେଳେ ଜାହ୍ନବୀଙ୍କ ପରିବାର ଭାବପ୍ରବଣ ହୋଇଉଠିଥିଲେ ।
ଫିଲ୍ମଟି ଶେଷ ହେବାକ୍ଷଣି ଜାହ୍ନବୀ ବହୁତ ଜୋର୍ରେ କାନ୍ଦିବା ସହିତ ଭାଇ ଅର୍ଜୁନ୍ଙ୍କୁ ଆଲିଙ୍ଗନ କରୁଥିବାର ଦେଖିବାକୁ ପାଇଥିଲେ ସେଠାରେ ଉପସ୍ଥିତ ଥିବା ସେଲିବ୍ରିଟି। ଫଳରେ ଜାହ୍ନବୀଙ୍କୁ ଏପରି କାନ୍ଦୁଥିବାର ଦେଖି ପିତା ବୋନି କପୁର ଏବଂ ଭାଇ ଅର୍ଜୁନ କପୁର ତାଙ୍କୁ ସମ୍ଭାଳିବାକୁ ଲାଗିପଡ଼ିଲେ। ଏଥିସହିତ ଯେବେବି ଜାହ୍ନବୀଙ୍କୁ ନିଜ ପରିବାରର ଆବଶ୍ୟକତା ରହିଥାଏ ,ସେତେବେଳେ ତତ୍କ୍ଷଣାତ୍ ହିଁ ସବୁଠୁଁ ଆଗରେ ରହିଥା’ନ୍ତି ତାଙ୍କର ବଡ଼ ଭାଇ ଅର୍ଜୁନ କପୁର୍!