ଅଭିନେତା ଅର୍ଜୁନ କପୁର ଓ ଅଭିନେତ୍ରୀ ମଲାଇକା ଆରୋରାଙ୍କ ପ୍ରେମ ସମ୍ବନ୍ଧ କାହାକୁ ଅଛପା ନାହିଁ। ତେବେ ନିକଟରେ ନିଜ ପ୍ରେମକୁ ନେଇ ଅର୍ଜୁନ କିଛି ପ୍ରଶଂସକଙ୍କ ସହ ଖୋଲା ଆଲୋଚନା କରିଛନ୍ତି। ପ୍ରଶଂସକମାନେ ତାଙ୍କୁ ବିବାହ ବିଷୟ ନେଇ ପ୍ରଶ୍ନ କରିଥିବା ବେଳେ ସେ ଏହାର ଉତ୍ତର ରଖି କହିଥିଲେ, ମୁଁ ଯେବେ ବିବାହ କରିବି, ସମସ୍ତଙ୍କୁ ଜଣାଇବି। ଏ ବାବଦରେ ମୁଁ ମୋର ପ୍ରଶଂସକମାନଙ୍କୁ ଲୁଚାଇବି ନାହିଁ। ସେ ଏକଥା ମଧ୍ୟ କହିଥିଲେ ଯଦିଓ ମୁଁ ଏବେ ବିବାହ କରିବାକୁ ଚାହେଁ, ମାତ୍ର ଏହା ସମ୍ଭବ ନୁହେଁ। ଜଣେ ପ୍ରଶଂସକ ତାଙ୍କୁ ପ୍ରଶ୍ନ କରିଥିଲେ, ମଲାଇକାଙ୍କର କେଉଁ ବିଶେଷତା ତାଙ୍କୁ ଭଲ ଲାଗେ, ଯାହା ସେ ଅନ୍ୟ ନିକଟରେ ଅନୁଭବ କରନ୍ତି ନାହିଁ। ଏହାର ଜବାବରେ ଅର୍ଜୁନ କହିଥିଲେ, ଏପରି କାହାକୁ କାହା ସହ ତଉଲିବା ବହୁତ କଷ୍ଟ। ତେବେ ମୋ ମତରେ ଯଦି ତମେ ଜଣଙ୍କୁ ଭଲ ପାଉଛ, ତେବେ ତୁମେ ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିତ୍ବକୁ ଭଲ ପାଇବା ଆବଶ୍ୟକ ବୋଲି ମୁଁ ଅନୁଭବ କରେ। ତେବେ ମଲାଇକାଙ୍କଠାରେ ଅସୀମ ଧୈର୍ଯ୍ୟ ମତେ ବହୁତ ଭଲ ଲାଗିଛି ବୋଲି ଅର୍ଜୁନ କହିଥିଲେ।
ମଲାଇକାଙ୍କ ସହ ବାହାଘରକୁ ନେଇ ମୁହଁ ଖୋଲିଲେ ଅର୍ଜୁନ କପୁର
/sambad/media/post_attachments/wp-content/uploads/2020/04/mal-jpeg_1200x900xt.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)