ପରସ୍ପରର ଅତି ନିକଟତର ହେଉଛନ୍ତି ମଲ୍ଲାଇକା ଏବଂ ଅର୍ଜୁନ,ସୋସିଆଲ ମିଡ଼ିଆରୁ ମିଳିଲା ପ୍ରମାଣ

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ମଲ୍ଲାଇକା ଆରୋରାଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କ କାହାକୁ ଅଛପା ନାହିଁ । ପୂର୍ବରୁ ଦୁଇ ଜଣଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିବା ବେଳେ ମଲ୍ଲାଇକା ନିଜ ସ୍ୱାମୀ ଅର୍‌ବାଜ୍‌ଙ୍କ ଠାରୁ ଛାଡ଼ପତ୍ର ନେବାର କାରଣ ଅର୍ଜୁନ ଥିଲେ ବୋଲି ଆଲୋଚନା ହୋଇଥିଲେ । ଅର୍ଜୁନ କପୁର ଏବଂ ମଲ୍ଲାଇକା ଆରୋରାଙ୍କୁ ସାଥିରେ ଅନେକ ଜାଗାରେ ଦେଖାଯିବା ପରେ ଦୁହିଁଙ୍କ ମଧ୍ୟରେ ଥିବା ସଂପର୍କ ସାମ୍ନାକୁ ଆସିଥିଲା । ଏଥି ପାଇଁ ସଲମାନ ଅର୍ଜୁନଙ୍କୁ ପସନ୍ଦ ମଧ୍ୟ କରୁ ନ ଥିବା ଜଣାପଡ଼ିଛି । ସୋନମଙ୍କ ବିବାହ ଭୋଜିକୁ ଆସିଥିବା ବେଳେ ଅର୍ଜୁନଙ୍କୁ ଅଣଦେଖା କରି ଚାଲି ଯାଇଥିଲେ ସଲମାନ । ତାଙ୍କ ଘର ଭାଙ୍ଗିବାର କାରଣ ଅର୍ଜୁନ ବୋଲି ଭାବି ସଲମାନ ଅର୍ଜୁନଙ୍କ ଊପରେ ଖପ୍ପା ଥିବା କଥା ଚର୍ଚ୍ଚା ହେଉଥିଲା ।

The Indian Express

କିଛି ଦିନ ହେବ ଦୁହିଁଙ୍କୁ ନେଇ ଚର୍ଚ୍ଚା ହେବା ବନ୍ଦ ହୋଇ ଯାଇଥିବା ବେଳେ ଦୁଇ ଜଣ ପରସ୍ପରଠାରୁ ଦୂରେଇ ରହୁଥିବା କଥା ଲୋକେ ଭାବିବାକୁ ଲାଗିଥିଲେ । କିନ୍ତୁ ସୋସିଆଲ ମିଡିଆରୁ ଦୁହିଁଙ୍କ ମଧ୍ୟରେ ଏବେ ବି କିଛି ରହିଥିବା ଜଣାପଡ଼ିଛି । ଦୁହେଁ ଦୁହିଁଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଲାଇକ୍‌ କରୁଥିବାର ଦେଖା ଯାଇଥିବା ବେଳେ ଏଥିରୁ ଏବେ ମଧ୍ୟ ଦୁହିଁଙ୍କ ମଧ୍ୟରେ କିଛି ରହିଥିବା ସ୍ପଷ୍ଟ ହୋଇଛି ।

ସମ୍ବନ୍ଧିତ ଖବର