ମୁମ୍ବାଇ: ଅର୍ଜୁନ କପୁର ଏବଂ ତାଙ୍କ ପ୍ରେମିକା ମଲାଇକା ଆରୋରାଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିବା ଖବର ଗତ କିଛି ଦିନ ହେବ ସେସିଆଲ୍‌ ମିଡିଆରେ ଘୂରି ବୁଲୁଛି। ଅର୍ଜୁନ କପୁର ଅନ୍ୟ କାହା ସହିତ ଡେଟ କରୁଛନ୍ତି ବୋଲି ଗୁଜବ ଉଠିଥିଲା। ହେଲେ ଅର୍ଜୁନ ଓ ମଲାଇକା ନିକଟରେ ଡିନର୍ ଡେଟ୍‌ରେ ଯାଇ ସେ ସମସ୍ତ କଥା ଉପରେ ପୂର୍ଣ୍ଣ‌ଚ୍ଛେଦ ପକାଇଛନ୍ତି। ତା ପୂର୍ବରୁ ସେମାନେ ଲଞ୍ଚ୍‌ ଡେଟ୍‌ରେ ବି ଯାଇଥିଲେ।

Advertisment

ମଲାଇକା ନିକଟରେ ପିନ୍ଧିଥିବା ଏକ ଟି-ସାର୍ଟରେ ‘ଲେଟ୍‌ସ ଫଲ୍‌ ଆପାର୍ଟ’ ବୋଲି ଲେଖାଯାଇଥିଲା। ଯାହାକୁ ଦେଖିବା ପରେ ସେ ଅର୍ଜୁନଙ୍କ ସହ ଆଉ ପ୍ରେମ ସଂପର୍କରେ ନାହାନ୍ତି ବୋଲି ଅନୁମାନ କରାଯାଉଥିଲା।

କେବଳ ସେତିକି କଥା ନୁହେଁ, ମଲାଇକା ଅର୍ଜୁନଙ୍କ ଭଉଣୀ ଓ ବାପାଙ୍କୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରୁ ଅନ୍‌ଫଲୋ ବି କରିଦେଇଛନ୍ତି। ବଲିଉଡ୍‌ ଦିବା ତାଙ୍କ ସୋସିଆଲ୍‌ ମିିଡିଆ ଆକାଉଣ୍ଟ୍‌ରେ ପୂର୍ବରୁ ଜାହ୍ନବୀ କପୁର୍‌, ଖୁସି କପୁର, ଅଂଶୁଳା କପୁର ଓ ସେମାନଙ୍କ ବାପା ବୋନି କପୁରଙ୍କୁ ଫଲୋ କରିଥିବା ବେଳେ ଏବେ ସମସ୍ତଙ୍କୁ ଅନ୍‌ଫଲୋ କରି ଦେଇଛନ୍ତି। କିଛି ଦିନ ପୂର୍ବରୁ ଅର୍ଜୁନ ଓ ମଲାଇକାଙ୍କୁ ଅନେକ ଇଭେଣ୍ଟ୍‌ରେ ଅଲଗା ଅଲଗା ଯିବାର ବି ଦେଖିବାକୁ ମିଳୁଛି। ଏହି କ‌ାରଣରୁ ସେ ଦୁହିଁଙ୍କ ମଧ୍ୟରେ ଫାଟ ଉପୁଜିଥିବା ଚର୍ଚ୍ଚା ହେଉଥିଲା।

ହେଲେ ଏବେ ଲୋକଙ୍କ ମୁହଁ କରି ଦେଇଛନ୍ତି ଏହି ଲଭ୍‌ବାର୍ଡସ। ରବିବାର ଦୁହେଁ ଏକା ସାଙ୍ଗରେ ମଧ୍ୟାହ୍ନ ଭୋଜନ କରିବାକୁ ଯାଇଥିବାର ଫଟୋ ସାମ୍ନାକୁ ଆସିବା ପରେ ଏବେ ବ୍ରେକଅପ ହୋଇଥିବା ନେଇ ଚର୍ଚ୍ଚା କରୁଥିବା ଲୋକଙ୍କ ମୁହଁ ବନ୍ଦ ହୋଇ ଯାଇଥିଲା। ତା’ପରେ ସେ ଦୁହିଁଙ୍କୁ ଡିନର୍‌ ଡେଟ୍‌ରେ ବି ଯାଉଥିବାର ଦେଖିବାକୁ ମିଳିଛି। ଏହି ଦମ୍ପତି ରାତ୍ରୀ ଭୋଜନକୁ ଯାଉଥିବାର ଏକ ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓରେ ଦେଖିବାକୁ ମିଳେ ଯେ ଉଭୟ ରାତ୍ରୀ ଭୋଜନ ପରେ ରେଷ୍ଟୁରାଣ୍ଟରୁ ଫେରୁଛନ୍ତି।