ମୁମ୍ବାଇ : ବଲିଉଡ୍ ଅଭିନେତା ଅର୍ଜୁନ୍ କପୁର ଅଭିନେତା ରଣବୀର କପୁରଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ସହ ସୋ’ କଫି ଉଇଥ୍ କରଣର ସିଜିନ୍-୬ରେ ପହଞ୍ଚି ଅର୍ଜୁନ୍ ଏ ନେଇ ଖୁଲାସା କରିଥିବା ଦେଖାଯାଇଛି । ନିଜ ଭଉଣୀ ଜାହ୍ନବୀଙ୍କ ସହ ସେ ସୋ’କୁ ଆସିଥିବା ବେଳେ ନିଜ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଅନେକ କଥାର ଖୁଲାସା କରିଥିଲେ । ଗତ ୬ମାସ ମଧ୍ୟରେ ତାଙ୍କ ଜୀବନ କିପରି ବଦଳିଛି ସେ ବିଷୟରେ ମଧ୍ୟ ସେ ଜଣାଇଥିଲେ । ଏ ମଧ୍ୟରେ କରଣ ତାଙ୍କୁ ତାଙ୍କ ବ୍ରେକ୍ଅପ୍ର କାହାଣୀ ବିଷୟରେ ପଚାରିବା ପରେ ସେ ରଣବୀରଙ୍କ ଉପଦେଶ କେବେ ନେବେ ନାହିଁ ବୋଲି କହିଥିଲେ ।
ଏପରି କାହିଁକି ବୋଲି କରଣ ପଚାରିବା ପରେ, ଥରେ ମୋର ଏବଂ ମୋ ପ୍ରେମିକା ମଧ୍ୟରେ ଝଗଡ଼ା ହୋଇଥିବାରୁ ମୁଁ ଦୁଃଖିତ ଥିଲି । ଯଦି ତୁମେ ଖୁସି ନାହଁ,ତେବେ ସଂପର୍କ ଭାଙ୍ଗି ଆଗକୁ ବଢ଼ିଯାଅ ବୋଲି ରଣବୀର ମତେ ଉପଦେଶ ଦେଇଥିଲେ । ତାଙ୍କ ଉପଦେଶ ମାନି ମୁଁ ମୋ ପ୍ରେମିକାକୁ ମେସେଜ କରି ସବୁ ସଂପର୍କ ଛନ୍ନ କରି ଦେଇଥିଲି । କିନ୍ତୁ କିଛି ଦିନ ପରେ ମୁଁ ମୋ କାମ ପାଇଁ ପଶ୍ଚାତାପ କରିଥିଲେ ମଧ୍ୟ ସେତବେଳକୁ ଆଉ କିଛି ବାକି ନ ଥିଲା । ଏବେ ମୁଁ ପ୍ରେମ ବ୍ୟପାରରେ କେବେ ବି ରଣବୀରଙ୍କ ଉପଦେଶ ନେବି ନାହିଁ ବୋଲି ଅର୍ଜୁନ୍ କହିଥିଲେ ।