ଅର୍ଜୁନ କପୁରଙ୍କ ସହ ମଲ୍ଲାଇକାଙ୍କ ସଂପର୍କ ପ୍ରସଙ୍ଗରେ କ’ଣ ଭାବନ୍ତି ପୁଅ ଅରହାନ୍‌

ମୁମ୍ବାଇ: ନିକଟରେ ବଲିଉଡର ଲୋକପ୍ରିୟ ଆଇଟମ୍‌ ଡ୍ୟାନ୍‌ସର ମଲ୍ଲାଇକା ଅରୋରା କରୀନା କପୁର ଖାନ୍‌ଙ୍କ ଚର୍ଚ୍ଚିତ ରେଡିଓ ସୋ’ରେ ଅତିଥି ଭାବେ ଯୋଗ ଦେଇଥିଲେ। ସେ ଏହି ସୋ’ରେ ନିଜର ବ୍ୟକ୍ତିଗତ ଜୀବନ ସଂପର୍କରେ ଖୋଲାଖୋଲି କଥା ହୋଇଥିଲେ। ମଲ୍ଲାଇକା ନିଜର ଡିଭୋର୍ସ ଓ ଆଫେଆର୍‌ ସଂପର୍କରେ ମଧ୍ୟ କରୀନାଙ୍କ ସହିତ କଥା ହୋଇଥିଲେ। ଖାଲି ସେତିକି ନୁହେଁ ଅରବାଜ୍‌ ଖାନ୍‌ଙ୍କ ସହିତ ତାଙ୍କର ଛାଡ଼ପତ୍ର ଓ ଅର୍ଜୁନ କପୁରଙ୍କ ସହ ସଂପର୍କକୁ ନେଇ ତାଙ୍କ ପୁଅ ଅରହାନ୍‌ଙ୍କର ପ୍ରତିକ୍ରିୟା କ’ଣ ତାହା ମଧ୍ୟ ଜଣାଇଥିଲେ ମଲ୍ଲାଇକା ଅରୋରା।


ମଲ୍ଲାଇକା କହିଥିଲେ ପୁଅ ଅରହାନ୍‌ ପୂର୍ବ ଅପେକ୍ଷା ଆଜିକାଲି ଅଧିକ ଖୁସି ଅଛି। ଅରବାଜ୍‌ ଖାନଙ୍କ ସହିତ ଯେତେବେଳେ ସେ ରହୁଥିଲା ସେତେବେଳେ ଟିକେ ଖୁସି ରହିପାରୁନଥିଲା। ଅରହାନ୍‌ ତାଙ୍କ ଉଦ୍ଦେଶ୍ୟରେ ଏକଥା ବି କହିଥିଲା କି ‘ମମ୍ମି ଆପଣଙ୍କ ଖୁସିରେ ମୋର ଖୁସି।’ଅରହାନ୍‌ ଏକଥା ଭଲ ଭାବେ ବୁଝିସାରିଲାଣି ଯେ , ଆଜିକାଲି ଆମେ ଖୁବ୍‌ ଖୁସି ଅଛୁ। ଅର୍ଜୁନ କପୁରଙ୍କୁ ମଧ୍ୟ ପୁଅ ଅରହାନ୍‌ ଭଲ ଦୃଷ୍ଟିରେ ଦେଖେ ଓ ତାଙ୍କୁ ଖୁବ୍‌ ପସନ୍ଦ କରେ ବୋଲି କହିଛନ୍ତି ମଲ୍ଲାଇକା ଅରୋରା। ଏଠାରେ ସୂଚନାଯାଗ୍ୟ ଯେ ୨୦୧୭ରେ ମଲ୍ଲାଇକା ଅରୋରା ଓ ଅରବାଜ ଖାନ୍‌ଙ୍କର ଛାଡ଼ପତ୍ର ହୋଇଥିଲା।

ସମ୍ବନ୍ଧିତ ଖବର