ମଲ୍ଲାଇକାଙ୍କୁ ନୁହେଁ ଏହି ଯୁବତୀଙ୍କୁ ନିଜର ଜୀବନ ବୋଲି କହିଲେ ଅର୍ଜୁନ୍‌, ମନ ଦୁଃଖ କରି ପାରନ୍ତି ମଲ୍ଲାଇକା!

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଅର୍ଜୁନ୍‌ କପୁର ନିଜର ଚଳଚ୍ଚିତ୍ର ଅପେକ୍ଷା ଅନେକ ସମୟରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତାହା ତାଙ୍କ ପାରିବାରିକ କଥା ହେଉ ବା ପ୍ରେମ ଜୀବନ । ଏବେ ପୁଣି ଥରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଅର୍ଜୁନ।

BollyCurry

ସୂଚନା ମୁତାବକ, ଟ୍ରାଫିକ୍‌ରେ ଫସିବା ପରେ ଅର୍ଜୁନ୍‌ ନିଜ ଇନ୍‌ଷ୍ଟା ଆକାଉଣ୍ଟ ଜରିଆରେ ପ୍ରଶଂସକଙ୍କୁ ‘ଆସ୍‌କ ମି ଏନିଥିଙ୍ଗ୍‌’ ଜରିଆରେ କିଛି ବି ପ୍ରଶ୍ନ କରିବା ପାଇଁ କହିଥିଲେ । ଯାହା ପରେ ଜଣେ ବ୍ୟବହାରକାରୀ ତାଙ୍କୁ ତାଙ୍କ ଭଉଣୀ ଅଂଶୁଲାଙ୍କ ପାଇଁ ଗୋଟେ ଶବ୍ଦ କହିବା ପାଇଁ କହିଥିଲେ । ଏହି ପ୍ରଶ୍ନର ତୁରନ୍ତ ଉତ୍ତର ରଖି ସେ ମୋର ଜୀବନ ବୋଲି କହିଥିଲେ ଅର୍ଜୁନ କପୁର । ଅର୍ଜୁନ୍‌ଙ୍କ ଏହି ଉତ୍ତର ସମସ୍ତଙ୍କ ମନ କିଣି ନେଇଥିଲା । ଏହି ଖବର ପ୍ରସାର ହେବା ପରେ ସମସ୍ତେ ତାଙ୍କର ଏବଂ ଅଂଶୁଲାଙ୍କ ଯୋଡ଼ି ସବୁଠାରୁ ଭଲ ଭାଇ-ଭଉଣୀ ଯୋଡ଼ି ବୋଲି କହିବା ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ, ଅର୍ଜୁନଙ୍କ ଏହି ଉତ୍ତର ଶୁଣିବା ପରେ ମଲ୍ଲାଇକା ନିଶ୍ଚୟ ମନ ଦୁଃଖ କରିବେ ବୋଲି କିଛି ବ୍ୟବହାରକାରୀ କହିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର