ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁର କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଅଭିନେତାଙ୍କ କରୋନା ଭାଇରସ୍ ପରୀକ୍ଷା ରିପୋର୍ଟ ପଜିଟିଭ ହୋଇଥିବାବେଳେ ଅର୍ଜୁନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଏହା ବିଷୟରେ ସୂଚନା ଦେଇଛନ୍ତି। ଅଭିନେତାଙ୍କର କରୋନାଭାଇରସର କୌଣସି ଲକ୍ଷଣ ନାହିଁ ଏବଂ ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି |
ରବିବାର ଅପରାହ୍ନରେ ଅଭିନେତା ନିଜକୁ କୋଭିଡ -୧୯ ପଜିଟିଭ ବୋଲି ଜଣାଇଛନ୍ତି। କରୋନା ଭାଇରସ୍ ପଜିଟିଭ୍ ବିଷୟରେ ସୂଚନା ଦେଇ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଛନ୍ତି - ସମସ୍ତଙ୍କୁ ଜଣାଇବା ମୋର କର୍ତ୍ତବ୍ୟ ଯେ କରୋନା ଭାଇରସ୍ ପରୀକ୍ଷା ପଜିଟିଭ ହୋଇଛି। ମୁଁ ଭଲ ଅନୁଭବ କରୁଛି ଏବଂ ମୋର କୌଣସି ଲକ୍ଷଣ ନାହିଁ |
ଡାକ୍ତର ଏବଂ ଅଧିକାରୀଙ୍କ ପରାମର୍ଶରେ ମୁଁ ହୋମ ଆଇସୋଲେସନରେ ରହିଛି । ମୁଁ ଆପଣଙ୍କ ସମର୍ଥନ ପାଇଁ ଆଗୁଆ ଧନ୍ୟବାଦ ଦେଉଛି ଏବଂ ଆଗାମୀ ଦିନରେ ମୁଁ ମୋର ସ୍ୱାସ୍ଥ୍ୟ ବିଷୟରେ ଆପଣଙ୍କୁ ଜଣାଇବି। ' ସେ ଲେଖିଛନ୍ତି, ଯେ ଆମର ମାନବିକତା ଏହି ଭୂତାଣୁକୁ ହଟାଇବ। ଅର୍ଜୁନଙ୍କର ଏହି ପୋଷ୍ଟ ପରେ ପ୍ରଶଂସକମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/mallaika-arjun.png)