ଅର୍ଜୁନ କପୁରଙ୍କ ତନ୍ଦରୁସ୍ତିର ରାଜ୍‌ ହେଉଛି ଚୁମେ ମେଁ ଚଓ୍ଵନପ୍ରାସ

ନୂଆଦିଲ୍ଲୀ: ବଲିଉଡ଼ର ସୁପରଷ୍ଟାର ଅର୍ଜୁନ କପୁରଙ୍କୁ ଚୁମେ ମେଁ  ଚଓ୍ଵନପ୍ରାୟସ ପସନ୍ଦ ବୋଲି ଜଣାପଡ଼ିଛି । ପ୍ରକୃତ କଥା ହେଉଛି, ନିକଟରେ ଚଳଚ୍ଚିତ୍ର ‘ଭାବେଶ ଯୋଷୀ ସୁପର ହିରୋ’ର ନୂତନ ଗୀତ ‘ତେରେ ଚୁମେ ମେ ଚଓ୍ଵନପ୍ରାସ .. ମେରୀ ତନ୍ଦରୁସ୍ତି କା ରାଜ’ ଗୀତର ଟ୍ରେଲର ରିଲିଜ ହୋଇଛି। ଏଥିରେ ଅର୍ଜୁନ ଏବଂ ଅନୀଲ କପୁରଙ୍କ ପୁଅ ଅଭିନେତା ହର୍ଷବର୍ଦ୍ଧନ କପୁରଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ଏହି ଟ୍ରିଜରରେ ହର୍ଷବର୍ଦ୍ଧନଙ୍କୁ ବକ୍ସିଙ୍ଗ ରିଙ୍ଗରେ ଲଢ଼ୁଥିବାର ଦେଖିବାକୁ ମିଳିଥିବା ବେଳେ ଅର୍ଜୁନଙ୍କୁ ଗୀତର ବୋଲରେ ନାଚୁଥିବାର ଦେଖାଯାଇଛି। ତେବେ ଏହି ସଙ୍ଗୀତକୁ ୨୦୧୮ ମସିହାର ଏକମାତ୍ର ଦେଶୀ ଆଇଟମ ନମ୍ବର ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ‘ଭାବେଶ ଯୋଷୀ ସୁପର ହିରୋ’ ଚଳଚ୍ଚିତ୍ରରେ ଅଭିନେତା ହର୍ଷବର୍ଦ୍ଧନଙ୍କୁ ଏକ ସୁପର ହିରୋର ଭୂମିକାରେ ଦେଖିବାକୁ ମିଳିବ । ଟ୍ରିଜରରେ ହର୍ଷବର୍ଦ୍ଧନ କାଗଜ ମାସ୍କ ପିନ୍ଧିଥିବାର ଦେଖା ଯାଉଛନ୍ତି। କାହାଣୀ ଅନୁଯାୟୀ ହର୍ଷବର୍ଦ୍ଧନ ଏଥିରେ କାଗଜ ମାସ୍କ ପିନ୍ଧି ଲୋକଙ୍କୁ ସାହାଯ୍ୟ କରିବା ପରେ ତାହାର ଭିଡ଼ିଓ ପ୍ରସ୍ତୁତ କରିଥାନ୍ତି । କହିବାକୁ ଗଲେ ସେ ଜନକଲ୍ୟାଣ କରୁଥିବା ସୁପର ହିରୋର ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରର ଏକ ଗୀତର ଟ୍ରେଲର ଆଜି ରିଲିଜ ହୋଇଥିବା ବେଳେ ଏଥିରେ ବାସ୍ତବିକ ଜୀବନର ହର୍ଷବର୍ଦ୍ଧନଙ୍କ ଭାଇ ଅର୍ଜୁନ କପୁର ନାଚୁଥିବାର ଦେଖିବାକୁ ମିଳିଛି।
‘ଭାବେଶ ଯୋଷୀ ସୁପର ହିରୋ’ ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦାୟିତ୍ୱରେ ବିକ୍ରମାଦିତ୍ୟା ମୋଟଓ୍ଵାନୀ ରହିଥିବା ବେଳେ ଅନୁରାଗ କଶ୍ୟାପ ଏହାର ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି । ଏହାର ଟ୍ରେଲର ଦର୍ଶକଙ୍କୁ ଏତେ ମାତ୍ରାରେ ଆକୃଷ୍ଠ କରିପାରି ନାହିଁ । ତେବେ ଚଳଚ୍ଚିତ୍ରଟି ମେ ୨୫ତାରିଖରେ ରିଲିଜ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର