ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କୁ ନେଇ ଏକ ବଡ଼ ଖବର ଆସିଛି। ଅଭିନେତା ତାଙ୍କର ଆଗାମୀ ଫିଲ୍ମ 'ମେରେ ହଜବ୍ୟାଣ୍ଡ କି ବିବି' ସେଟରେ ଆହତ ହୋଇଛନ୍ତି। ଅଭିନେତାଙ୍କ ସହିତ, ସେଟରେ ଥିବା ଅନ୍ୟ କିଛି ଲୋକ ମଧ୍ୟ ଆହତ ହୋଇଥିବା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଅଭିନେତା 'ମେରେ ହଜବ୍ୟାଣ୍ଡ କି ବିବି' ଫିଲ୍ମର ଏକ ଗୀତ ସୁଟିଂ କରୁଥିଲେ। ଏହି ସମୟରେ ଦୁର୍ଘଟଣା ଘଟିଥିଲା।
ଜାତୀୟ ଗଣମାଧ୍ୟମ ମୁତାବକ, ଅର୍ଜୁନ କପୁରଙ୍କ ଫିଲ୍ମ 'ମେରେ ହସବ୍ୟାଣ୍ଡ କି ବିବି'ର ସୁଟିଂ ରୟାଲ ପାମ୍ସର ଇମ୍ପେରିଆଲ ପ୍ୟାଲେସରେ ଚାଲିଥିଲା। ଏଠାରେ ଅଭିନେତା ଫିଲ୍ମର ଏକ ଗୀତ ସୁଟିଂ କରୁଥିଲେ। ଏହି ସମୟରେ ହଠାତ୍ ସେଟର ଛାତ ଭୁଶୁଡ଼ି ପଡ଼ିବା ଯୋଗୁଁ ଅଭିନେତା ଆହତ ହୋଇଥିଲେ। କୁହାଯାଉଛି ଯେ, ଅର୍ଜୁନ କପୁରଙ୍କ ସହିତ, ଅଭିନେତା-ଫିଲ୍ମ ନିର୍ମାତା ଜ୍ୟାକି ଭଗନାନୀ ଏବଂ ନିର୍ଦ୍ଦେଶକ ମୁଦସର ଅଜିଜ୍ ମଧ୍ୟ ଦୁର୍ଘଟଣାରେ ଆହତ ହୋଇଛନ୍ତି। ତେବେ ୩ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି କି ନାହିଁ, ତାହା ସାମ୍ନାକୁ ଆସିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/01/18/qJpOwcMIsjEnCNmnvl6H.jpg)