ଦୁଇ ପତ୍ନୀଙ୍କର ଚାରି ପିଲା ମିଶିକରି ରହୁଥିବାରୁ କାହାକୁ ଅଧିକ ଶ୍ରେୟ ଦେଲେ ବୋନି କପୁର୍‌?

ମୁମ୍ବାଇ: ଝିଅ ଜାହ୍ନବୀଙ୍କ ଡେବୁ ଚଳଚ୍ଚିତ୍ର ବିଷୟରେ କହିବା ସହ ପ୍ରଯୋଜକ ବୋନି କପର ନିଜ ଜୀବନର ସେହି କଷ୍ଟଦାୟକ ଦିନଗୁଡ଼ିକ ବିଷୟରେ କହିଛନ୍ତି, ଯାହା ସେ ଶ୍ରୀଦେବୀଙ୍କ ଚାଲିଯିବା ପରେ ନିଭାଇଛନ୍ତି। କିପରି ତାଙ୍କା ଦୁଇ ପତ୍ନୀଙ୍କ ଔରସରୁ ଜାତ ୪ ପିଲା ଏକ ବନ୍ଧନରେ ବାନ୍ଧି ହୋଇଛନ୍ତି ସେ ସଂପର୍କରେ ବି ସେ ଖୁଲାସା କରିଛନ୍ତି।

ବୋନି କହିଛନ୍ତି କି, ‘ମୋର ଚାରି ପିଲାଙ୍କୁ ନେଇ ମୁଁ ନିଜକୁ ଭାଗ୍ୟବାନ ଅନୁଭବ କରେ। ସେ ପରସ୍ପରଙ୍କୁ ଖୁବ୍‌ ଶ୍ରଦ୍ଧା କରନ୍ତି। ମୁଁ ଅନେକ ଖୁସି ଯେ ସେମାନେ ସବୁ ଏକାଠି ଅଛନ୍ତି। ସେମାନେ କାହିଁକି ବି ପରସ୍ପର ସହ ଉତ୍ତମ ସଂପର୍କ ରଖିବେ ନାହିଁ? ସବୁକିଛି ପରେ ସେ ଚାରି ଜଣ ଯାକ ମୋ ରକ୍ତ।’

ନିଜ ପିଲାମାନେ ଉତ୍ତମ ବୁଝାମଣା ଦେଖାଇଥିବାରୁ ବୋନି ତାଙ୍କର ୪ ଜଣ ଯାକ ପିଲାଙ୍କୁ ଶ୍ରେୟ ଦେଇଛନ୍ତି। ବିଶେଷ କରି ବଡ଼ ହୋଇଥିବାରୁ ଅଧିକ ଶ୍ରେୟ ଅର୍ଜୁନଙ୍କୁ ଯାଉଛି ବୋଲି ସେ କହିଛନ୍ତି।

ସେ ଆହୁରି ବି କହିଛନ୍ତି କି ଶ୍ରୀଦେବୀଙ୍କ ମୃତ୍ୟୁ ପରେ ଜାହ୍ନବୀଙ୍କୁ ତାଙ୍କ ଚଳଚ୍ଚିତ୍ରର ଆହୁରି ପ୍ରାୟ ଅଧା ଅଂଶ ସୃଟିଂ କରିବାକୁ ପଡ଼ିଛି। ନିଜ ମାଆକୁ ହରାିବାର ଦୁଃଖ ଭୁଲି, ଖୁବ୍‌ କମ୍‌ ଦନ ମଧ୍ୟରେ ନିଜକୁ ସ୍ୱାଭାବିକ କରି ଆଗକୁ ବଢ଼ିଥିବାରୁ ଜାହ୍ନବୀ ଉଦାହରଣ ସାଜିଛନ୍ତି।

ସମ୍ବନ୍ଧିତ ଖବର