ପ୍ରଶଂସକଙ୍କ ପାଇଁ ଅର୍ଜୁନ କପୁର କଲେ ଏଭଳି କାମ, ଯାହାକୁ ଜାଣିବା ପରେ ସମସ୍ତେ କରୁଛନ୍ତି ତାଙ୍କୁ ସଲାମ ! ଭାଇରାଲ ହେଉଛି ଭିଡ଼ିଓ

ମୁମ୍ବାଇ : କିଛି ଦିନ ହେବ ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ନିଜର କୌଣସି ଫିଲ୍ମକୁ ନେଇ ଚର୍ଚ୍ଚାରେ ନ ଥିବା ବେଳେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍‌ ଆଲୋଚନା ହେଉଛି । ଏବେ ସେ ଆଉ ଗୋଟିଏ ଜିନିଷକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଯେଉଁଥି ପାଇଁ ତାଙ୍କୁ ପ୍ରଶଂସକମାନେ ସଲାମ କରିବା ଆରମ୍ଭ କରିଛନ୍ତି ।

ସୂଚନା ମୁତାବକ,ଅର୍ଜୁନ କପୁରଙ୍କ ପାଖକୁ ତାଙ୍କର ଜଣେ ପ୍ରଶଂସକ ଏକ ଇ-ମେଲ୍‌ ଜରିଆରେ ନିଜ ଭାବନା ବ୍ୟକ୍ତ କରିଥିଲେ- ‘ହାଏ, ମୋ ନାଁ କରଣ ଏବଂ ମୁଁ ଚିକାଗୋରେ ରୁହେ । ମୁଁ ଅର୍ଜୁନ କପୁରଙ୍କର ବହୁତ ବଡ଼ ପ୍ରଶଂସକ । ଅର୍ଜୁନ ଯେତେବେଳେ ଇନ୍‌ଷ୍ଟାଗ୍ରାମରେ ଲାଇଭ୍‌ ଆସିଥାନ୍ତି ଏବଂ କିଛି କହିଥାନ୍ତି ମୁଁ କିଛି ବୁଝି ପାରି ନ ଥାଏ । କାହିଁକି ନା ମୁଁ ଶୁଣିବାକୁ ଅସମର୍ଥ । ଆପଣମାନଙ୍କ ମଧ୍ୟରୁ କେହି ତାଙ୍କ ଇଂରାଜୀ ସବ୍‌ଟାଇଟେଲ ଦେଇ ପାରିବେ କି? ଯାହାଦ୍ୱାରା ମୁଁ ବୁଝି ପାରିବି ସେ କ’ଣ କହୁଛନ୍ତି ।’

We actors are blessed in more ways than we realise but more so because we have wonderful fans. As much as my fan clubs & fans don’t believe it, I am aware n keep track of everything that happens, what they mail me, send me, msg me, tweet to me or insta post for me. One such email caught my attention & I just felt I had to do something about it… Slide right after the first video, to see the reason behind my successful attempt at this new language (forgive me if I made any unintentional mistake though) This one is for u Karen aka @_pkaur_b & I promise to keep ur wish in mind more often… lots of love hope u see this and feel happy. Big ? Thank u @patilprita for being so kind on such short notice and I wish u a happy married life.

A post shared by Arjun Kapoor (@arjunkapoor) on

କରଣଙ୍କ ଏହି ମେଲ୍‌ ପାଇବା ପରେ ଅର୍ଜୁନ ଆମେରିକାନ ସାଙ୍କେତିକ ଭାଷା ଶିଖି କରଣଙ୍କୁ ଜବାବ ଦେଇଥିଲେ । ଏଥି ସହ ସେ ଏକ ଭିଡ଼ିଓ ତିଆରି କରି ଇନ୍‌ଷ୍ଟାରେ କରଣଙ୍କ ପାଇଁ ପୋଷ୍ଟ କରିଥିଲେ । ଯେଉଁଥିରେ କହିଥିଲେ, କରଣ ମୋ ଫିଲ୍ମ ଦେଖିବା ସହ ମୋତେ ସମର୍ଥନ କରିବା ପାଇଁ ଧନ୍ୟବାଦ୍‌ । ତୁମେ ମୋତେ ପସନ୍ଦ କର ସେଇଟା ମୋ ପାଇଁ ବହୁତ ବଡ଼ କଥା । ସେଥିପାଇଁ ଏହି ଭିଡ଼ିଓ ତୁମକୁ ମୋ ଭଲ ପାଇବା ଜଣାଇବା ପାଇଁ ଏକ ଛୋଟ ମାଧ୍ୟମ ବୋଲି ସେ ଲେଖିଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର