ମା’ଙ୍କ ମୃତ୍ୟୁ ବାର୍ଷିକୀରେ ଦୁଃଖଭରା ଚିଠି ଲେଖିଲେ ଅର୍ଜୁନ କପୁର

ମୁମ୍ବାଇ : ବଲିଉଡର ପ୍ରଥମ ମହିଳା ସୁପରଷ୍ଟାର ଶ୍ରଦେବୀଙ୍କ ମୃତ୍ୟୁ ପରେ ଦୁଇ ସାବତ ଭଉଣୀ ଜାହ୍ନବୀ କପୁର ଏବଂ ଖୁସୀ କପୁରଙ୍କ ଧ୍ୟାନ ରଖିବା ଆରମ୍ଭ କରିଛନ୍ତି ଅର୍ଜୁନ କପୁର । ଅର୍ଜୁନଙ୍କୁ ଏହି କାମରେ ତାଙ୍କ ସାଥ୍‌ ଦେଇଛନ୍ତି ତାଙ୍କ ଭଉଣୀ ଅଂଶୁଲା କପୁର ।
ସବୁ ରାଗକୁ ଭୁଲି ସେ ସାବତ ଭଉଣୀଙ୍କ ଯତ୍ନ ନେବା ଆରମ୍ଭ କରିଛନ୍ତି । ଏତେ ସବୁ ପରେ ମଧ୍ୟ ସେ ନିଜ ମା’ ମୋନା କପୁରଙ୍କୁ ଭୁଲି ନାହାନ୍ତି । ମା’ଙ୍କ ମୃତ୍ୟୁ ବାର୍ଷିକୀରେ ଅର୍ଜୁନ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଅପ୍‌ଲୋଡ଼ କରି ଆଖିରେ ଲୁହ ଆଣିବା ଭଳି କଥା ଲେଖିଛନ୍ତି ।

youtube.com

“ମୁଁ ଆଜି ପଟିଆଲାରେ ସୁଟିଂ କରୁଛି। ଯଦି ତମେ ଆଜି ଥାଆନ୍ତ ତା’ ହେଲେ ମୁଁ ସୁଟିଂ କରୁଥିବା ଲୋକେସନ କେତେ ସୁନ୍ଦର ତାହା ଫଟୋ ପଠାଇ ମୁଁ ତମକୁ ଦେଖାଇ ଥାଆନ୍ତି । ତମେ ମୋ ଫିଲ୍ମ ଦେଖି ପାରିଲ ନାହିଁ କି ମୋ ସହ ରେଡ଼୍‍ କାର୍‌ପେଟ୍‌ରେ ଚାଲି ପାରିଲ ନାହିଁ । ମୁଁ ବିଶ୍ୱାସ କରି ପାରୁ ନାହିଁ କି ତୁମର ଯିବା ୬ ବର୍ଷ ହୋଇ ଗଲାଣି । ଏହି ୬ ବର୍ଷ ମଧ୍ୟରେ ତମେ ମୋ ସଙ୍ଗେ ରହିବା ସହ ମୋ ଫିଲ୍ମ ସହ ଜଡ଼ିତ ରହିଛ । ଆମେ ଆମ ଜୀବନରେ କେତେ ଭଲ କାମ କରୁଛୁ ତାହା ତ ମୁଁ ଜାଣି ନାହିଁ, କିନ୍ତୁ ଯାହା ତମେ ଶିଖାଇଛ ଆମେ ସେହି ରାସ୍ତାରେ ଚାଲିବାକୁ ଚେଷ୍ଟା କରୁଛୁ।

ଏହା ସହ ଆମେ ତୁମକୁ ବହୁତ ଭଲ ପାଉ ବୋଲି ଲେଖି ସେ ତାଙ୍କ ମା’ଙ୍କ ସହ ଏକ ଫଟୋ ପୋଷ୍ଟ କରିଥିଲେ ।

ସମ୍ବନ୍ଧିତ ଖବର