ମଲ୍ଲାଇକାଙ୍କୁ ବିବାହ କରିବାକୁ ଚାହୁଁ ନାହାନ୍ତି ଅର୍ଜୁନ !

ମୁମ୍ବାଇ : ବଲିଉଡ୍‌ର ଅନେକ ଚର୍ଚ୍ଚିତ ପ୍ରେମୀଯୁଗଳଙ୍କର ବିବାହ ଶେଷ ହୋଇ ସାରିଥିବା ବେଳେ ଏବେ ଅଭିନେତ୍ରୀ ମଲ୍ଲାଇକା ଆରୋରା ଓ ଅଭିନେତା ଅର୍ଜୁନ କପୁରଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୁହେଁ କେବେ ଓ କେଉଁଠି ବିବାହ କରିବେ, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ତେବେ ଦୁହିଁଙ୍କ ପ୍ରଶଂସକ ସେମାନଙ୍କ ବିବାହକୁ ଅନାଇ ବସିଥିବା ବେଳେ ଅର୍ଜୁନ ବିବାହ କରିବାକୁ ଚାହୁଁ ନ ଥିବା କହିଛନ୍ତି ।

ଏକ ସାକ୍ଷାତକାରରେ ଅର୍ଜୁନ କହିଛନ୍ତି କି, ଆମେ ଦୁହେଁ ବିବାହ କରିବାକୁ ଚାହୁଁ ନାହୁଁ । ଯଦି ବିବାହ କରିବୁ, ତେବେ ସମସ୍ତଙ୍କୁ ନିମନ୍ତ୍ରଣ କରିବୁ । ଆମ ପରିବାରରେ ବିବାହ ଲୁଚି ଛପି କରାଯାଏ ନାହିଁ, ଯାହା ବି ହୁଏ ଭଲ ଭାବରେ ହୋଇଥାଏ ।

Image result for arjun-kapoor-spill-the-beans-on-marriage-with-malaika-says-they-do-not-want-to-get-married
BollywoodShaadis.com

ଅନ୍ୟ ପକ୍ଷରେ ମଲ୍ଲାଇକାଙ୍କୁ ବିବାହ ବିଷୟରେ ପଚରାଯିବା ପରେ ସେ କେବେ ବିବାହ କରିବେ ସେ ବିଷୟରେ ନ କହିଥିଲେ ମଧ୍ୟ ବିବାହରେ କ’ଣ ପିନ୍ଧିବେ ତାହା ଜଣାଇଥିଲେ । ବିବାହରେ ସେ ଲେବନାନୀ ଡିଜାଇନର ଏଲି ସାବର ଧଳା ଗାଉନ୍‌ ପିନ୍ଧିବେ ବୋଲି କହିବା ସହ ସେ ସମୁଦ୍ର କୂଳରେ ବିବାହ କରିବା କଥା କହିଥିଲେ ।

ସମ୍ବନ୍ଧିତ ଖବର