ମୋତେ ନେବାକୁ ଚାହୁଁଥିଲେ ପ୍ରଯୋଜକ, କିନ୍ତୁ ଏହି କାରଣ ପାଇଁ ଶେଷରେ ଶାହିଦ୍‌ଙ୍କୁ ମିଳିଲା କବୀର ସିଂହରେ କାମ କରିବାର ସୁଯୋଗ : ଅର୍ଜୁନ କପୁର

ମୁମ୍ବାଇ : ବଲିଉଡ୍‌ ଅଭିନେତା ଶାହିଦ୍‌ କପୁରଙ୍କ ସୁପରହିଟ୍‌ ଫିଲ୍ମ କବୀର ସିଂହଙ୍କୁ ନେଇ ଅଭିନେତା ଅର୍ଜୁନ କପୁର ନିଜର ବୟାନ ଦେଇଛନ୍ତି । ଯେଉଁ ସମୟରେ ସୁପରହିଟ୍‌ ତେଲୁଗୁ ଫିଲ୍ମର ହିନ୍ଦୀ ରିମେକ୍‌ ରାଇଟ୍‌ସ ନିଆଯାଉଥିଲା, ସେ ସମୟରେ ପ୍ରଯୋଜକ ମୋତେ ହିରୋ ଭାବରେ ନେବାକୁ ଚହୁଁଥିଲେ । କିନ୍ତୁ ନିର୍ଦ୍ଦେଶକ ସନ୍ଦିପ୍‌ ରେଡ୍ଡୀ ବାଙ୍ଗାଙ୍କର କିଛି ଅଲଗା ଦୃଷ୍ଟିକୋଣ ଥିଲା । ଯାହାକୁ ସମ୍ମାନ ଜଣାଇ ମୁଁ ଫିଲ୍ମରୁ ନିଜକୁ ଦୂରେଇ ଦେଇଥିଲି ବୋଲି କହିଛନ୍ତି ଅର୍ଜୁନ ।

Image result for arjun-kapoor-talks-about-kabir-singh-and-said-how-the-producers-of-the-wanted-to-cast-him
IBTimes India

ଅର୍ଜୁନଙ୍କ କହିବା ଅନୁଯାୟୀ, ଫିଲ୍ମର କାହାଣୀ ଜାଣି ମୁଁ ଏହାକୁ କରିବା ପାଇଁ ପ୍ରସ୍ତୁତ ଥିଲି । ପ୍ରଯୋଜକମାନେ ମଧ୍ୟ ଏହା ଚାହୁଁଥିଲେ । କିନ୍ତୁ ସନ୍ଦିପ ପୂର୍ବରୁ ଶାହିଦ୍‌ଙ୍କୁ ଏହି ଚରିତ୍ରରେ ନେବା ପାଇଁ କଥା ଦେଇ ସାରିଥିବାରୁ ମୁଁ ପଛକୁ ହଟିବାର ନିଷ୍ପତ୍ତି ନେଇଥିଲି । କାରଣ ଫିଲ୍ମକୁ ଠିକ୍‌ ଦିଗରେ ନେବାର ଦକ୍ଷତା କେବଳ ସନ୍ଦିପଙ୍କ ପାଖରେ ଥିଲା । ତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ମୁଁ ଫିଲ୍ମ ଛାଡ଼ିଥିଲି ।

ସମ୍ବନ୍ଧିତ ଖବର