ଅର୍ଜୁନ କପୁରଙ୍କ ଜନ୍ମଦିନରେ ଜାହ୍ନବୀ ହେଲେ ଭାବୁକ, କହିଲେ ‘ଲଭ୍ ୟୁ ଭାଇ, ତୁମେ ଆମର ଶକ୍ତି !’
ମୁମ୍ବାଇ: ବଲିଉଡ୍ର ଚାର୍ମିଙ୍ଗ୍ ଅଭିନେତା ଅର୍ଜନ କପୁର୍ ଆଜି ୩୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଜୁନ୍ ୨୬ ତାଙ୍କର ଜନ୍ମଦିନ। ଏଥର କିନ୍ତୁ ବଲିଉଡ୍ର ଏହି ଟ୍ୟାଲେଣ୍ଟେଡ୍ ଅଭିନେତା ନିଜ ଜନ୍ମଦିବସକୁ କେବଳ ତାଙ୍କର ପରିବାର ସହିତ ପାଳନ କରିଛନ୍ତି। ଅର୍ଜୁନଙ୍କ ପିତା ବୋନି କପୁର,ସାନ ଭଉଣୀ ଅଂଶୁଳା ,ଜାହ୍ନବୀ ଏବଂ ଖୁସି କପୁରଙ୍କ ଗହଣରେ ଜନ୍ମଦିନ ମନାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୨୬ ଜୁନ୍ ୧୯୮୫ରେ ମୁମ୍ବାଇରେ ଜନ୍ମିତ ଅର୍ଜୁନ୍ ଏବେ ୩୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଜନ୍ମଦିନ ଉତ୍ସବରେ ପରିବାରର ସମସ୍ତଙ୍କୁ ବହୁତ ଖୁସିଥିବାର ଦେଖାଯାଇଛି। ହେଲେ ସବୁଠାରୁ ଖାସ୍ କଥା ଏଇଆ କି ଅର୍ଜୁନ୍ଙ୍କର ଜନ୍ମଦିନରେ ସାନ ଭଉଣୀ ଜାହ୍ନବୀ କପୁର ବହୁତ ହିଁ ଭାବୁକ ଅନ୍ଦାଜରେ ଭାଇ ଅର୍ଜୁନ୍ କପୁରଙ୍କୁ ତାଙ୍କର ଜନ୍ମଦିନର ଶୁଭକାମନା ଜଣାଇଛନ୍ତି। ଏଥିସହିତ ଜାହ୍ନବୀ କପୁର ଭାଇ ଅର୍ଜୁନ୍, ଭଉଣୀ ଅଂଶୁଳା ଓ ଖୁସି ସହିତ ତାଙ୍କର ଏକ ଫଟୋକୁ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ୍ ମଧ୍ୟ କରିଛନ୍ତି। ଯେଉଁଥିରେ କି ସେ ଅର୍ଜୁନ୍ କପୁରଙ୍କ ଉଦ୍ଦେଶ୍ୟରେ ‘‘ଆପଣ ଆମର ଶକ୍ତି, ଲଭ୍ ୟୁ, ହାପି ବାର୍ଥ ଡ଼େ ଅର୍ଜୁନ୍ ଭାଇ’’ ବୋଲି ଲେଖିଛନ୍ତି ।