ନୂଆଦିଲ୍ଲୀ: ନିର୍ବନ୍ଧ କରିଛନ୍ତି ବଲିଉଡ୍ ଅଭିନେତା ଅର୍ଜୁନ କପୁରଙ୍କ ଅଂଶୁଳା। ସେ ତାଙ୍କ ପ୍ରେମିକ ରୋହନ ଠକ୍କରଙ୍କ ସହିତ ନିର୍ବନ୍ଧ କରିଥିବା ସୂଚନା ରହିଛି। ଅଂଶୁଳାଙ୍କ ନିର୍ବନ୍ଧ ଉତ୍ସବ ନ୍ୟୁୟର୍କର ସେଣ୍ଟ୍ରାଲ ପାର୍କରେ ଆୟୋଜିତ ହୋଇ ଯାଇଥିଲା।
ଇନଷ୍ଟାଗ୍ରାମରେ ଅଂଶୁଳା କପୁର ଖୁବ୍ ସୁନ୍ଦର ସୁନ୍ଦର୍ ପ୍ରେମପୂର୍ଣ୍ଣ ଚିତ୍ରଗୁଡ଼ିକ ସେୟାର କରିଛନ୍ତି। ଫ୍ଲୋରାଲ୍ ପ୍ରିଣ୍ଟେଡ୍ ଡ୍ରେସ୍ ପିନ୍ଧି ଅଂଶୁଳା ଫଟୋଗୁଡ଼ିକରେ ତାଙ୍କର ହୀରା ମୁଦି ଦେଖାଇବା ସହିତ ମୁହଁରେ ଏକ ସୁନ୍ଦର ହସ ଧାରଣ କରିଛନ୍ତି।
ଫଟୋ ସହିତ, ଅଂଶୁଳା ଏକ ଲମ୍ବା ନୋଟ୍ ବି ଲେଖିଛନ୍ତି। ଯାହାକି ସେମାନଙ୍କର ପ୍ରେମ କାହାଣୀ ଉପରେ ଆଧାରିତ। ଅଂଶୁଳା ଲେଖିଛନ୍ତି ଯେ ସେମାନଙ୍କ ପ୍ରେମ ସଂପର୍କ ୨୦୨୨ ମସିହାରେ ଏକ ରାତିରେ ଆରମ୍ଭ ହୋଇଥିଲା। ତାହା ପୁଣି ଏକ ଆପ୍ ଜରିଆରେ।
ସେ ଲେଖିଛନ୍ତି, "ଆମେ ଏକ ଆପ୍ ରେ ଭେଟିଥିଲୁ। ସେଦିନ ମଙ୍ଗଳବାର ରାତି ୧.୧୫ ହୋଇଥାଏ। ଆମର ଆରମ୍ଭ ହୋଇଥିଲା। ଆମେ ସେହିଦିନ ସକାଳ ୬ଟା ପର୍ଯ୍ୟନ୍ତ କଥା ହୋଇଥିଲୁ। ସେତେବେଳେ ଏପରି ଅନୁଭବ ହୋଇଥିଲା; ଯେପରି କିଛି ଗୁରୁତ୍ୱପୂର୍ଣ୍ଣ କଥା ଆରମ୍ଭ ହୋଇଥିଲା।"
ତେବେ ଅଂଶୁଳାଙ୍କ ଏହି ଉତ୍ସବରେ ତାଙ୍କ ବୋନି କପୁର ଓ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର୍ ଓ ଖୁସି କପୁର୍ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/04/new-project-1-2025-07-04-20-29-01.jpg)