ପରିବାର ତରଫରୁ ଖରାପ ଖବର ମିଳିବା ପରେ ସୁଟିଂ ଅଧାରୁ ଛାଡ଼ି ଘରକୁ ଫେରିଲେ ଅର୍ଜୁନ କପୁର

ମୁମ୍ବାଇ : ଏବେ ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ନିଜର ଆଗମୀ ଫିଲ୍ମ ‘ଇଣ୍ଡିଆଜ୍‌ ମୋଷ୍ଟ ଓ୍ଵାଣ୍ଟେଡ଼୍‍’ର ସୁଟିଂରେ ବ୍ୟସ୍ତଥିବା ବେଳେ ଏବେ ସେ ସୁଟିଂ ଛାଡ଼ିଥିବା ଜଣାପଡ଼ିଛି । ନେପାଳରେ ଫିଲ୍ମର ସୁଟିଂ ଚାଲିଥିବା ବେଳେ ପରିବାର ତରଫରୁ ଖରାପ ଖବର ପାଇବା ପରେ ସେ ସୁଟିଂ ଅଧାରୁ ଛାଡ଼ି ଘରକୁ ଫେରିଛନ୍ତିି ।

ndia.com

ସୂଚନା ମୁତାବକ,ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲାଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ୍‌ ବିଗିଡ଼ିବାରୁ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାଇଗ୍ରେନ ସମସ୍ୟାକୁ ନେଇ ସେ ବେହୋସ ହୋଇଯିବାରୁ ତାଙ୍କୁ ତୁରନ୍ତ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଖବର ପାଇ ଅର୍ଜୁନ ତୁରନ୍ତ ସୁଟିଂ ଛାଡ଼ି ନେପାଳରୁ ମୁମ୍ବାଇରେ ଆସି ପହଞ୍ଚିଥିଲେ । ନିର୍ଦ୍ଦେଶକଙ୍କୁ ଡ଼ବଲ ସିଫ୍ଟ କରିବା ପାଇଁ କଥା ଦେଇ ଅର୍ଜୁନ ସୁଟିଂ ଛାଡ଼ି ଆସିଥିବା ଜଣାପଡ଼ିଛି । ପୂର୍ବ ଅପେକ୍ଷା ଏବେ ଅଂଶୁଲାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ବେଳେ ତାଙ୍କୁ କିଛି ଦିନ ଆରାମ କରିବା ପାଇଁ ଡ଼ାକ୍ତର ପରାମର୍ଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର