ନିଜଠାରୁ ୧୯ ବର୍ଷ ସାନ ଏହି ଯୁବତୀଙ୍କପାଇଁ ପତ୍ନୀଙ୍କୁ ଛାଡପତ୍ର ଦେଉଛନ୍ତି ଅର୍ଜୁନ ରାମପାଲ!

 

ମୁମ୍ବାଇ: ବଲିଉଡ଼ର ଲୋକପ୍ରିୟ ଅଭିନେତା ଅର୍ଜୁନ ରାମପାଲ କିଛି ଦିନ ହେବ ନିଜର ବ୍ୟକ୍ତିଗତ ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ପତ୍ନୀ ମେହେର ଜେସିଆଙ୍କଠାରୁ ଛାଡ଼ପତ୍ର ନେଉଛନ୍ତି।ଏହା ଅପୋଷ ବୁଝାମଣା ଭିତ୍ତିରେ ହୋଇଛି। ପ୍ରଥମେ ଶୁଣିବାକୁ ମିଳୁଥିଲା କି ଅର୍ଜୁନ ରାମପାଲ ରିତିକ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜେନାଙ୍କ ସହିତ ସଂପର୍କ ରଖିବାକୁ ମେହେରଙ୍କଠାରୁ ସଂପର୍କ ଛିନ୍ନ କରିଛନ୍ତି।

ହେଲେ ଏବେ ଜଣାପଡ଼ିଛି ,ତାହା ନିଶ୍ଚିତରୂପେ ବିସ୍ମୟସୂଚକ। ପ୍ରକୃତରେ ଅର୍ଜୁନ ତାଙ୍କ ଠାରୁ ୧୯ ବର୍ଷ ସାନ ଜଣେ ଯୁବତୀ ପାଇଁ ମେହେରଙ୍କଠାରୁ ଅଲଗା ହୋଇଛନ୍ତି। ସେହି ଯୁବତୀଙ୍କ ନାଆଁ ହେଲା ନାତାଶା ଷ୍ଟେନକୋବିକ୍‌। ତାଙ୍କର ବୟସ ମାତ୍ର ୨୬ ବର୍ଷ। ଅର୍ଜୁନ ରାମପାଲଙ୍କ ବୟସ ଏବେ ୪୫ ବର୍ଷ। ନତାଶା ସର୍ବିୟାର ଅଧିବାସୀ। କୁହାଯାଉଛି ଯେ,ଅର୍ଜୁନ ରାମପାଲ ଯେତେବେଳେ ତାଙ୍କ ଫିଲ୍ମ ‘ଡ଼ାଡ଼ି’ର ସୁଟିଂ କରୁଥିଲେ,ସେତେବେଳ ନତାଶାଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ସେହି ସମୟରେ ଅର୍ଜୁନ ଓ ନତାଶାଙ୍କର ଆଫେଆର୍‌ ବି ଆରମ୍ଭ ହୋଇଥିଲା।

ନତାଶାଙ୍କୁ ‘ଡ଼ିଜେବାଲେ ବାବୁ’ ଭିଡ଼ିଓରେ ପ୍ରଥମେ ଦେଖିବାକୁ ମିଳିଥିଲା। ସେ ଜଣେ ଡ଼୍ୟାନ୍‌ସର ଓ ମଡ଼େଲ୍‌ ମଧ୍ୟ। ଖାଲି ସେତିକି ନୁହେଁ ନତାଶା ‘ବିଗ୍‌ ବସ୍‌ ସିଜନ୍‌ ୮’ ର ପ୍ରତିଯୋଗୀ ମଧ୍ୟ ଥିଲେ।

ନତାଶା ଦେଖିବାକୁ ଖୁବ୍‌ ସୁନ୍ଦର ଓ ସେ ଅଧିକାଂଶ ସମୟରେ ନିଜର ବୋଲ୍‌ଡ଼ ଫଟୋ ସୋସିଆଲ୍‌ ମିଡ଼ିଆରେ ସେଆର୍‌ କରନ୍ତି। ନତାଶା ଜନସନ୍‌ ଆଣ୍ଡ୍‌ ଜନସନ୍‌ ଓ ଡ଼୍ୟୁରେକସ୍‌ ଭଳି ନାମୀ ବ୍ରାଣ୍ଡ୍‌ ପାଇଁ ବିଜ୍ଞାପନ ବି କରିଛନ୍ତି। ନତାଶାଙ୍କୁ ‘ଫୁକ୍‌ରେ ରିଟର୍ଣ୍ଣସ୍‌’ ଫିଲ୍ମର ମେହବୁବା….ଗୀତରେ ମଧ୍ୟ ଦେଖିବାକୁ ମିଳିଥିଲା। ସେ ‘ହଲିଡ଼େ’ ଫିଲ୍ମରେ ଏକ ଛୋଟିଆ ଭୂମିକା ବି ନିଭାଇଥିଲେ।

ସମ୍ବନ୍ଧିତ ଖବର