ନୂଆଦିଲ୍ଲୀ: ବଲିଉଡ ଷ୍ଟାର ଅର୍ଜୁନ ରାମପାଲ ୧୯୯୮ ମସିହାରେ ପୂର୍ବତନ ସୁପରମଡେଲ ମେହର ଜେସିୟାଙ୍କୁ  ବିବାହ କରିଥିଲେ। ୨୦୧୯ରେ ବିବାହର ୨୧ବର୍ଷ ପରେ ଦୁହେଁ ଅଲଗା ହୋଇଯିବାକୁ ନିଷ୍ପତ୍ତି ନେଇଥିଲେ। ଅର୍ଜୁନ ଓ ମେହରଙ୍କ ଦୁଇ କନ୍ୟା ସନ୍ତାନ ଅଛନ୍ତି। ଦୁହିଁଙ୍କ ନାମ ମାହିକା ଓ ମାୟରା ।

Advertisment

ନିକଟରେ ଏକ କାର୍ଯ୍ୟକ୍ରମରେ ମାୟରା ପ୍ରଥମଥର ରାମ୍ପରେ ଚାଲିଥିଲେ। ଏହି ଦୃଶ୍ୟକୁ ଦେଖି ଅର୍ଜୁନ ଖୁବ ଖୁସି ହୋଇ ସଙ୍ଗେସଙ୍ଗେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଥିଲେ।

ଗତ ଗୁରୁବାର ଅର୍ଜୁନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ଝିଅ ମାୟରାଙ୍କ ଏକ ଫଟୋ ସେୟାର କରିଛନ୍ତି। ଆଉ ଏଥି‌ରେ ଅର୍ଜୁନ ଲେଖିଛନ୍ତି, ‘ଆଜି ମୋର ସୁନ୍ଦର ଛୋଟ ରାଜକୁମାରୀ ରାମ୍ପରେ ଚାଲିଛି।  ତେବେ ମୋତେ ଏସବୁ ଏଥିପାଇଁ ଖୁସି ଲାଗୁଛି, କାରଣ ସେ ଏସବୁ ନିଜ ଯୋଗ୍ୟତାରେ କରିଛି। ଆଡିସନରୁ ନେଇ ଏପର୍ଯ୍ୟନ୍ତ ପହଞ୍ଚିବାକୁ ସେ କଠିନ ପରିଶ୍ରମ ବି କରିଛି। ମୋତେ ଗର୍ବ ଲାଗୁଛି। ତାକୁ ଜୀବନରେ ବହୁତ ଖୁସି ମିଳୁ, ସେ ସଫଳତା ପରେ ସଫଳତା ପ୍ରାପ୍ତ କରୁ ଏହାହିଁ ମୋର ପ୍ରାର୍ଥନା। ଶୁଭକାମନା ମାୟରା ରାମପାଲ। ତୁ ଜଣେ ଷ୍ଟାର।’