ମୁମ୍ବାଇ: ଦ୍ବିତୀୟ ଥର ମା’ ହେବାକୁ ଯାଉଛନ୍ତି ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ପ୍ରେମିକା ଗାବ୍ରିଏଲା ଡେମେଟ୍ରିଏଡସ। ଜୁଲାଇ ୨୦୧୯ରେ ଗାବ୍ରିଏଲା ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିବା ବେଳେ ଏବେ ସେ ଦ୍ବିତୀୟ ଥର ଗର୍ଭବତୀ ଅଛନ୍ତି। କିଛି ଦିନ ତଳେ ଦୁହେଁ ଏହି ଖୁସି ଖବର ଇନଷ୍ଟା ପୋଷ୍ଟ ମାଧ୍ୟମରେ ଜଣାଇଥିଲେ। ତେବେ ବିବାହ ନକରି ସନ୍ତାନ ଜନ୍ମ କରୁଥିବାରୁ କିଛି ଲୋକ ଏହାକୁ ପସନ୍ଦ କରୁନଥିବା ଦେଖାଯାଇଛି। ଗାବ୍ରିଏଲାଙ୍କୁ ବାରମ୍ବାର ବିବାହ କରିବାକୁ ଟ୍ରୋଲର୍ସ କହୁଥିବା ବେଳେ ଏବେ ସେମାନଙ୍କୁ ଜବାବ ଦେଇଛନ୍ତି ଗାବ୍ରିଏଲା।
ଗାବ୍ରିଏଲା ଏବେ ନିଜର ଏକ ନୂଆ ଫଟୋ ସେୟାର କରିବା ପରେ ଟ୍ରୋଲର୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ। ତାଙ୍କ ବେବି ବମ୍ପ ଦେଖି ଟ୍ରୋଲର୍ସ ଲେଖିଥିଲେ, ତୁମେ କେବେ ବିବାହ କରିବ? ତୁମେ ତୁମର ଜନ୍ମ ସ୍ଥାନରେ ନୁହେଁ ଭାରତରେ ରୁହ। ତୁମେ ଯୁବପିଢ଼ିଙ୍କ ମାନସିକତାକୁ ନଷ୍ଟ କରୁଛ।
View this post on Instagram
ଟ୍ରୋଲର୍ସଙ୍କର ଏଭଳି ମନ୍ତବ୍ୟ ଉପରେ ଗାବ୍ରିଏଲା ଉତ୍ତର ଦେଇ କହିଛନ୍ତି, 'ହଁ, ଏଠାରେ ସଂକିର୍ଣ୍ଣ ମାନସିକତା ଥିବା କଠୋରପନ୍ଥୀଙ୍କ ଦ୍ୱାରା ନୁହେଁ ବରଂ ସୁନ୍ଦର ଆତ୍ମାକୁ ଦୁନିଅକାକୁ ଆଣିବା ଦ୍ବାରା ଯୁବପିଢ଼ିଙ୍କ ମାନସିକତା ନଷ୍ଟ ହୋଇଯାଇଛି।'
ସୂଚନା ମୁତାବକ, ୨୦୧୮ରେ ନିଜ ପ୍ରଥମ ପତ୍ନୀ ମେହେର ଜେସିୟାଙ୍କ ସହ ୨୦ବର୍ଷର ବିବାହ ଭାଙ୍ଗି ତାଙ୍କଠାରୁ ଅଲଗା ହୋଇ ଯାଇଥିଲେ ଅର୍ଜୁନ । ଏହା ପରେ ସେ ଗାବ୍ରିଏଲାଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ । ଜଣେ ବନ୍ଧୁଙ୍କ ଜରିଆରେ ସେ ଗାବ୍ରିଏଲାଙ୍କୁ ଭେଟିଥିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ପ୍ରେମ ହେବାର ବର୍ଷକ ମଧ୍ୟରେ ଗାବ୍ରିଏଲା ୨୦୧୯ରେ ଅର୍ଜୁନଙ୍କ ପିଲାର ମା’ ବନିଥିଲେ ।