ମୁମ୍ବାଇ: ବଲିଉଡ୍ ଅଭିନେତା ଅର୍ଜୁନ୍ ରାମ୍ପାଲ ଚଳିତ ବର୍ଷ ନିଜ ଫିଲ୍ମ ଅପେକ୍ଷା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବେଶ ଚର୍ଚ୍ଚାରେ ରହିଥିଲେ । ବିବାହର ୨୦ ବର୍ଷ ପରେ ପତ୍ନୀ ମେହର ଜେସିଆଙ୍କୁ ଛାଡ଼ପତ୍ର ଦେଇ ସେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ । ଏବେ ତାଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । ଏକ କୋଟି ଟଙ୍କା ଋଣ ନେଇ ଫେରାଇ ନ ପାରିବାରୁ ତାଙ୍କ ବିରୋଧରେ ଏକ ଅପରାଧିକ ମାମଲା ରୁଜୁ ହୋଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
/sambad/media/post_attachments/wp-content/uploads/2018/12/60348987-300x225.jpg)
ମିଳିଥିବା ସୂଚନା ମୁତାବକ, ଓ୍ଵାଇଟି ଏଣ୍ଟରଟେନ୍ମେଣ୍ଟ ଲିମିଟେଡ୍ ନାମକ ଏକ କମ୍ପାନି ଅର୍ଜୁନ୍ଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛି । ଅର୍ଜୁନ ଓ୍ଵାଇଟି ଏଣ୍ଟରଟେନ୍ମେଣ୍ଟ ଲିମିଟେଡ୍ ନାମକ ଏକ କମ୍ପାନି ଠାରୁ ୧୨ ପ୍ରତିଶତ ସୁଧ ହିସାବରେ ଏକ କୋଟି ଟଙ୍କା ଆଣିଥିଲେ । ଯାହାକୁ ପରେ ସେ ସୁଝିବାରେ ଅସମର୍ଥ ହୋଇଥିଲେ । ଚଳିତ ବର୍ଷ ମେ ମାସରେ ଅର୍ଜୁନ୍ ଋଣ ଟଙ୍କା ଆଣିଥିବା ବେଳେ ୯୦ ଦିନ ମଧ୍ୟରେ ଫେରାଇବା ପାଇଁ କଥା ଦେଇଥିଲେ । କିନ୍ତୁ ୯୦ ଦିନ ମଧ୍ୟରେ ସେ ଟଙ୍କା ଫେରାଇ ପାରି ନଥିଲେ । ପରେ କମ୍ପାନିକୁ ଯେଉଁ ଚେକ୍ ଦିଆ ଯାଇଥିଲା, ତାହା ବାଉନ୍ସ ହୋଇ ଯିବାରୁ କମ୍ପାନି ଅର୍ଜୁନ୍ଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଥିବା ଜଣା ପଡ଼ିଛି ।