ଜଣେ ଶିଶୁର ଚିକିତ୍ସା ପାଇଁ ଦାନ ମାଗି ବଲିଉଡ୍ ଅଭିନେତା ଅର୍ଜୁନ କପୁର୍ ପୁଣିଥରେ ସାମାଜିକ ଗଣମାଧ୍ୟମରେ ସମାଲୋଚିତ ହୋଇଛନ୍ତି। ରିଚା ଶର୍ମା ନାମ୍ନୀ ଜଣେ ଯୁବତୀ ତାଙ୍କୁ ସମାଲୋଚନା କରି କହିଛନ୍ତି ଯେ ଆପଣ ବଲିଉଡ୍ର ଆଗଧାଡ଼ିର ଜଣେ ଅଭିନେତା। ଆପଣଙ୍କର ଦିନକର ଆୟ ଉକ୍ତ ଶିଶୁର ଜୀବନ ବଞ୍ଚାଇପାରିବ। ସେପରି ନ କରି ସାମାଜିକ ଗଣମାଧ୍ୟମରେ ଦାନ ମାଗିବା ଆପଣଙ୍କୁ ଶୋଭା ଦେଉନାହିଁ। ଏହାର ଜବାବରେ ଅର୍ଜୁନ କହିଛନ୍ତି ଯେ ଯଦି ମୁଁ ଦିନକୁ ୧୬କୋଟି ଟଙ୍କା ଆୟ କରିପାରୁଥା’ନ୍ତି, ତେବେ ମୋତେ ସାହାଯ୍ୟ ମାଗିବାର ଆବଶ୍ୟକତା ନଥିଲା। ମୁଁ ମୋ ସାମର୍ଥ୍ୟ ଅନୁଯାୟୀ ତାକୁ ସାହାଯ୍ୟ କରିଛି। ତେଣୁ ଗଣମାଧ୍ୟମରେ ଏପରି ବିଚାର ନ ରଖି ଛୁଆଟିର ଚିକିତ୍ସା ପାଇଁ ସହାୟତା କଲେ ଭଲ ହୁଅନ୍ତା ବୋଲି ଅର୍ଜୁନ କହିଛନ୍ତି। ସୂଚନାଯୋଗ୍ୟ, ଅର୍ଜୁନ ନିଜ ଇନ୍ଷ୍ଟାଗ୍ରାମ୍ରେ ଜଣେ ଶିଶୁର ଫଟୋ ପୋଷ୍ଟ କରି ତା’ର ଚିକିତ୍ସା ପାଇଁ ସହାୟତା କରିବାକୁ ଲୋକଙ୍କୁ ନିବେଦନ କରିଥିଲେ।
ଚିକିତ୍ସା ପାଇଁ ଦାନ ମାଗି ଟ୍ରୋଲ ହେଲେ ଅର୍ଜୁନ
/sambad/media/post_attachments/wp-content/uploads/2021/04/parada_arjun-kapoor.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)