ଘରଭଡା ହିସାବ ନ ଦେବାରୁ ପ୍ରେମିକାକୁ ଚଟାଣରେ ଘୋଷାଡ଼ି ଘୋଷାଡ଼ି ମାରିଲେ ଅଭିନେତା
ମୁମ୍ବାଇ : ବିଗ୍ ବସ୍ ପ୍ରତିଯୋଗୀ ଏବଂ ବଲିଉଡ୍ ଅଭିନେତା ଅରମାନ୍ କୋହଲି ତାଙ୍କ ପ୍ରେମିକା ନୀରୁ ରନ୍ଧାଓ୍ଵାକୁ ମାରପିଟ୍ କରିଥିବା ଘଟଣା ସାମ୍ନାକୁ ଆସିଛି। ନୀରୁଙ୍କୁ ବର୍ତ୍ତମାନ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ଏହି ମାମଲାରେ ଅରମାନଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ହୋଇପାରେ ବୋଲି ମଧ୍ୟ ଶୁଣିବାକୁ ମିଳିଛି। ତେବେ ଦୁହିଁଙ୍କ ମଧ୍ୟରେ ଟଙ୍କା ହିସାବକୁ ନେଇ ଝଗଡ଼ା ହୋଇଥିଲା, ଯାହା ବଢ଼ି ମାରପିଟ୍ରେ ଶେଷ ହୋଇଥିବା ଶୁଣିବାକୁ ମିଳିଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ଡ଼ାକ୍ତରଖାନାରେ ନୀରୁ ଦେଇଥିବା ବୟାନ ଅନୁଯାୟୀ , “ଆରମାନ୍ ଏବଂ ମୋ ଭିତରେ ଏକ ଛୋଟ କଥାକୁ ନେଇ ଝଗଡ଼ା ହୋଇଥିଲା । ପ୍ରକୃତରେ ଗୋଆରେ ଆରମାନ୍ଙ୍କ ଏକ ବଙ୍ଗଳା ରହିଛି ଯାହାକୁ ମୁଁ ମ୍ୟାନେଜ୍ କରିଥାଏ । ଏହାକୁ ଭଡ଼ାରେ ମଧ୍ୟ ଦିଆଯାଇଥାଏ । ବେଳେବେଳେ କିଛି ଲୋକ ଭଡ଼ା ଟଙ୍କା ସେଠାରେ ରହୁଥିବା କର୍ମଚାରୀଙ୍କୁ ଦେଇଥାନ୍ତି । ଏହା ଜାଣିବା ପରେ ମଧ୍ୟ ଅରମାନ୍ ମତେ ଟଙ୍କା ବିଷୟରେ ପଚାରିବା ଆରମ୍ଭ କଲେ । ମୁଁ କର୍ମଚାରୀଙ୍କୁ ପଚାରିକି କହିବି କହିଥିଲେ ମଧ୍ୟ ସେ ଶୁଣିନଥିଲେ ଏବଂ ମତେ ଗାଳି ଦେବା ଆରମ୍ଭ କରିଥିଲେ । ଖାଲି ସେତିକି ନୁହଁ, ସେ ମୋ କେଶ ଭିଡ଼ି ଚଟାଣରେ ଘୋଷାଡ଼ି ଘୋଷାଡ଼ି ମାରିଲେ । ଏହାପରେ ମତେ ଡ଼ାକ୍ତରଙ୍କ ପାଖକୁ ମଧ୍ୟ ଏହି ସର୍ତ୍ତରେ ଅଣାଯାଇଥିଲା କି ମୁଁ ଏହି ଘଟଣା ବିଷୟରେ କାହାକୁ କିଛି କହିବିନି । କିନ୍ତୁ ଡ଼ାକ୍ତରଖାନାରେ ପହଞ୍ଚିବା ପରେ ମୋ ଆଘାତ ଏତେ ଗମ୍ଭୀର ରହିଥିଲା କି ମତେ ସର୍ଜରୀ ପାଇଁ କୁହାଯାଇଥିଲା । ଯାହା ପରେ ଆରମାନ୍ ମତେ ଘରକୁ ଆସିଯାଅ ସବୁ ଠିକ୍ ହୋଇଯିବ , ମୁଁ ତମକୁ ବାହା ହୋଇଯିବି ବୋଲି ମେସେଜ୍ କରିଛନ୍ତି । କିନ୍ତୁ ଏବେ ବହୁତ ହୋଇଗଲା ବୋଲି କହିଛନ୍ତି ନୀରୁ ।
ଏହା ପ୍ରଥମ ଥର ନୁହଁ ଏହା ପୂର୍ବରୁ ମଧ୍ୟ ଅରମାନ୍ ଫେବ୍ରୁଆରି ମାସରେ ନୀରୁଙ୍କ ଉପରେ ହାତ ଉଠାଇଥିଲେ । ସେହି ସମୟରେ ମଧ୍ୟ ତାଙ୍କ ନାକରେ ଗଭୀର ଆଘାତ ଲାଗିଥିଲା। ତେବେ ନୀରୁ କହିଛନ୍ତି ତାଙ୍କୁ ଅରମାନ୍ଙ୍କଠୁ ଅଲଗା ହେବା ପାଇଁ ଅନେକ ଥର ପରିବାର ଏବଂ ସାଙ୍ଗସାଥୀ କହିଥିଲେ । ଯେତେଥର ନୀରୁ ତାଙ୍କ ଠାରୁ ଅଲଗା ହେଲେ ମଧ୍ୟ ଅରମାନ୍ ତାଙ୍କୁ ବୁଝେଇ ପୁଣି ଥରେ ତାଙ୍କ ପାଖକୁ ନେଇ ଆସୁଥିଲେ । ଅରମାନ୍ ଏବଂ ନୀରୁଙ୍କର ସାକ୍ଷାତ ଜଣେ ସାଙ୍ଗଙ୍କ ଜରିଆରେ ୨୦୧୫ ମସିହାରେ ହୋଇଥିବା ବେଳେ ନୀରୁଙ୍କ ପୂର୍ବରୁ ଅରମାନ୍ କାଜଲଙ୍କ ଭଉଣୀ ତଥା ଅଭିନେତ୍ରୀ ତନୀଷା ମୁଖର୍ଜୀଙ୍କ ସହ ସଂପର୍କରେ ରହିଥିଲେ ।