ନୂଆଦିଲ୍ଲୀ: ୟୁଟ୍ୟୁବର୍ ଅରମାନ୍ ମଲିକ୍ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବିଶେଷ କରି ୨ଜଣ ପତ୍ନୀଙ୍କ ସହ ଏକାଠି ଗୋଟିଏ ଘରେ ରହିବାକୁ ନେଇ ସେ ସବୁବେଳେ ଆଲୋଚନାର ବିଷୟ ପାଲଟନ୍ତି। ଅରମାନଙ୍କ ପ୍ରଥମ ପତ୍ନୀଙ୍କ ନାମ ପାୟଲ ମଲିକ ଏବଂ ଦ୍ୱିତୀୟ ପତ୍ନୀଙ୍କ ନାମ କ୍ରିତିକା ମଲିକ। ଦୁହେଁ ଏକାଠି ରହୁଥିବା ବେଳେ ନିକଟରେ ଅରମାନ ୩ଜଣ ନବଜାତଙ୍କ ବାପା ହୋଇଛନ୍ତି। ପୂର୍ବରୁ ପ୍ରଥମ ପତ୍ନୀ ପାୟଲଙ୍କ ସହ ଅରମାନଙ୍କର ଗୋଟିଏ ପୁଅ ଥିଲା, ଯାହାଙ୍କ ନାମ ହେଉଛି ଚିରାୟୁ।

Advertisment

ତେବେ ଚିରାୟୁ ବଡ଼ ହେଲେ ନିଜ ବାପାଙ୍କ ଭଳି ୨ଟି ପତ୍ନୀ ରଖିବେ କି? ବୋଲି ପ୍ରଶ୍ନ କରାଯିବା ପରେ ଏହାର ମଜାଳିଆ ଉତ୍ତର ଦେଇଛନ୍ତି ଅରମାନ। ଜାତୀୟ ଗଣମାଧ୍ୟମ ଏବିପି ନ୍ୟୁଜକୁ ସାକ୍ଷାତକାର ଦେଇ ଅରମାନ କହିଛନ୍ତି, ୨ଟି ପତ୍ନୀ ରଖିବା ପାଇଁ ମୁଁ କାହାକୁ ଅନୁମତି ଦେବି ନାହିଁ। ମୁଁ ମୋ ପୁଅକୁ ତ ଆଦୌ ଅନୁମତି ଦେବି ନାହିଁ। ଏହା ସହ ମୁଁ ସମାଜକୁ ମଧ୍ୟ ଏଭଳି କରିବାକୁ କେବେ ବି କହିବି ନାହିଁ। ଏହା ମୋ ସହିତ ଘଟିଛି, ମୁଁ କହୁ ନାହିଁ ଯେ ସମସ୍ତେ ଏହା କରିବା ଉଚିତ୍। ବାକି ରହିଲା ମୋ ପୁଅ କଥା, ମୋ ପୁଅ ପ୍ରଥମେ ବିବାହ କରୁ, ଏହା ପରେ ତାଙ୍କ ପତ୍ନୀ ତାଙ୍କ କଥା ବୁଝିବେ।