ନୂଆଦିଲ୍ଲୀ: ୟୁଟ୍ୟୁବର୍ ଅର୍ମାନ ମଲ୍ଲିକ ଖୁବ୍ ଲୋକପ୍ରିୟ। ଅର୍ମାନ ବିଶେଷ ଭାବେ ତାଙ୍କ ୨ ଜଣ ପତ୍ନୀ ପାୟଲ୍ ମଲ୍ଲିକ ଓ କୃର୍ତ୍ତିକା ମଲ୍ଲିକଙ୍କୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି। ଆପଣ ଜାଣିଥିବେ ଯେ ଅର୍ମାନଙ୍କ ୨ ଜଣ ଯାକ ପତ୍ନୀ ଗର୍ଭବତୀ ଥିଲେ। ଏବେ ଅର୍ମାନଙ୍କ ଦ୍ବିତୀୟ ପତ୍ନୀ କୃର୍ତ୍ତିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଅର୍ମାନଙ୍କ ପ୍ରଥମ ପତ୍ନୀ ପାୟଲଙ୍କର ଏକ ପୁତ୍ର ଥିବା ବେଳେ ଏବେ ସେ ଦ୍ବିତୀୟ ଥର ପାଇଁ ବାପା ବନିଛନ୍ତି। ଘରେ ନୂଆ ଅତିଥି ଆସିବା ନେଇ ଖୁସିର ମାହୋଲ ଜମିଛି। ନୂଆ ଅତିଥିକୁ କୋଳରେ ଧରି ପାୟଲ୍ ବି ବେଶ୍ ଖୁସି ହୋଇଛନ୍ତି।
ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ପାୟଲ୍ ବି ଗର୍ଭବତୀ ଥିଲେ ତ ସେ କେବେ ମାଆ ବନିବେ। ଆପଣଙ୍କୁ ଜଣାଇ ଦେଉଛୁ ଯେ ପାୟଲ୍ଙ୍କ ଡେଲିଭରିକୁ ଆଉ ମାତ୍ର ୩ ସପ୍ତାହ ବାକି ଅଛି। ଏଇ ମାସ ଭିତରେ ନିଜର ଯାଆଁଳା ପିଲାଙ୍କୁ ପାୟଲ୍ ଜନ୍ମ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି। ପାୟଲଙ୍କ ଗର୍ଭଧାରଣକୁ ଏବେ ୩୪ ସପ୍ତାହ ଚାଲିଥିବା ବେଳେ ତାଙ୍କ ମଧ୍ୟରେ କିଛି ଜଟିଳତା ବି ରହିଛି। ଏହି କାରଣରୁ ତାଙ୍କୁ ବାନ୍ତି ହେବା ପରି ଅନେକ ସମୟରେ ଅନୁଭବ ହେଉଛି।
କୃର୍ତ୍ତିକା ମାଆ ବନିବା ପରେ ଅର୍ମାନଙ୍କ କହିବା କଥା ହେଉଛି ଏବେ ଗୋଟାଏ ପିଲା ହୋଇ ପୂରା ପରିବାର ରାତି ଅନିଦ୍ରା ରହୁଛି। ଆହୁରି ୨ଟା ପିଲା ଆସିବା ପରେ ପରିସ୍ଥିତି ଦେଖିବା ପରି ହେବ। ତେବେ ଅର୍ମାନଙ୍କର ୨ଟି ପୁଅ ଥିବା ହେତୁ ଏବେ ଏକ ଝିଅର ଅପେକ୍ଷା ସମସ୍ତଙ୍କୁ ରହିଛି। ଆପଣ ଜାଣନ୍ତି ଯେ ପାୟଲଙ୍କର ପୂର୍ବରୁ ଚିକି ନାମକ ଏକ ପୁଅ ଅଛି। ଯାହର ଭଲ ନାମ ଚିରାୟୁ ମଲ୍ଲିକ। ଅର୍ମାନ ତାଙ୍କ ଦ୍ବିତୀୟ ପୁଅର ନାମ ଜୈଦ୍ ମଲ୍ଲିକ ଦେଇ ବିବାଦକୁ ଆସିଛନ୍ତି। ଲୋକେ ଏହାକୁ ଏକ ମୁସ୍ଲାମାନ ନାମ ବୋଲି କହୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/5fa24997-95a5-41ae-8039-d7c23a1484a4.jpg)