ପୁଣି ଥରେ ମାମୁ ହେବେ ସଲମାନ

ମୁମ୍ବାଇ: ଖାନ ପରିବାରଙ୍କ ପାଇଁ ପୁଣି ଥରେ ଖୁସି ଖବର ଆସିଛି | ବଲିଉଡ ଦବଙ୍ଗ ସଲମାନ ଖାନ ପୁଣି ଥରେ ମାମୁ ହେବାକୁ ଯାଉଛନ୍ତି | ତାଙ୍କ ଭଉଣୀ ଅର୍ପିତା ବର୍ତ୍ତମାନ ଗର୍ଭବତୀ ଥିବାର ଶୁଣିବାକୁ ମିଳିଛି | ୪ ବର୍ଷ ପୂର୍ବେ ଅର୍ପିତାଙ୍କର ବିବାହ ଆୟୁଷ ଶର୍ମାଙ୍କ ସହ ହୋଇଥିଲା | ଏବେ ତାଙ୍କର ଆହିଲ ନାମକ ପୁତ୍ର ସନ୍ତାନଟିଏ ଅଛି |

ସମସ୍ତେ ଜାଣନ୍ତି ଯେ ସଲମାନ ନିଜ ଭଣଜା ଆହିଲଙ୍କୁ ଖୁବ ଭଲ ପାଆନ୍ତି | ସୋସିଆଲ ମିଡିଆରେ ପ୍ରାୟ ସମୟ ସଲମାନ ତାଙ୍କ ଭଣଜା ସହ ଖେଳୁଥିବାର ଦେଖିବାକୁ ମିଳିଛି | ସଲମାନ ଓ ଅର୍ପିତା ଉଭୟ ନିଜ ଇନ୍ସଟା ପେଜରେ ପ୍ରାୟ ସମୟ ଆହିଲ ଓ ଦବଙ୍ଗ ଖାନ ଖେଳୁଥିବାର ଭିଡିଓ ପୋଷ୍ଟ କରିଥାନ୍ତି |

ଏଠାରେ ସୂଚନା ଥାଉ କି ନଭେମ୍ବର ୧୮, ୨୦୧୪ ମସିହାରେ ହାଇଦ୍ରାବାଦର ତାଜ ଫଲକନାମା ପ୍ୟାଲେସରେ ଆୟୁଷ ଶର୍ମା ଓ ଅର୍ପିତା ଖାନଙ୍କର ବିବାହ ହୋଇଥିଲା | ରିପୋର୍ଟ ମୁତାବକ ନିଜର ଆଗାମୀ ସନ୍ତାନ ପାଇଁ ଅର୍ପିତା ଓ ତାଙ୍କ ସ୍ୱାମୀ ଆୟୁଷ ଉତ୍ସାହିତ ଅଛନ୍ତି |

ସମ୍ବନ୍ଧିତ ଖବର