‘ଭାରତ୍‌’ରେ କାମ କରିବାପାଇଁ ପ୍ରିୟଙ୍କା ସଲମାନ୍‌ଙ୍କ ଭଉଣୀ ଅର୍ପିତାଙ୍କୁ ହଜାରେ ଥର ଫୋନ୍‌ କରିଥିଲେ !

ମୁମ୍ବାଇ: ଗୋଆରେ ବିଗ୍‌ବସ୍‌ ସୋ’ର ଲଞ୍ଚିଂ ଅବସରରେ ସଲମାନ୍‌ ଖାନ୍‌ ମିଡିଆ ସହିତ କଥା ହେବା ସମୟରେ ବିଗ୍‌ବସ୍‌ ସଂପର୍କରେ କେତେକ ରୋଚକ ତଥ୍ୟ ଖୁଲାସା କରିଛନ୍ତି।ଏହି ଅବସରରେ ସାମ୍ବାଦିକମାନେ ତାଙ୍କୁ ଫିଲ୍ମ ‘ଭାରତ’ରୁ ପ୍ରିୟଙ୍କା ଚୋପ୍ରା ନାୟିକା ଭୂମିକାରେ ଅଭିନୟ କରିଲେ ନାହିଁ କାହିଁକି ବୋଲି ପଚାରିଥିଲେ। ଏହାର ଉତ୍ତରରେ ସେ କହିଥିଲେ ଯେ ଏହାର କାରଣ ତାଙ୍କୁ ଜଣା ନାହିଁ।

ହେଲେ ପ୍ରିୟଙ୍କା ଚୋପ୍ରା ଭାରତରେ କାମ କରିବାଲାଗି ୧୦୦୦ ଥର ଭଉଣୀ ଅର୍ପିତାଙ୍କୁ ଫୋନ୍‌ କରିଥିଲେ ବୋଲି ସଲମାନ୍‌ ଖାନ୍‌ କହିଛନ୍ତି। ଖାଲି ସେତିକି ନୁହେଁ ପ୍ରିୟଙ୍କା ‘ଭାରତ୍‌’ର ନିର୍ଦ୍ଦେଶକ ଅଲ୍ଲୀ ଅବ୍‌ବାସ ଜାଫର୍‌ଙ୍କ ସହିତ ବି ଯୋଗାଯୋଗରେ ଥିଲେ। ଆଗରୁ ନିର୍ଦ୍ଦେଶକ ଅଲ୍ଲୀ ଅବ୍‌ବାସ ଜାଫର୍‌ଙ୍କ ସହିତ ‘ଗୁଣ୍ଡେ’ ଫିଲ୍ମରେ କାମ କରିଥିଲେ ,ଏଣୁ ଅଲ୍ଲୀ ପ୍ରିୟଙ୍କାକୁ ‘ଭାରତ୍‌’ରେ ନେବା ମୁଡ଼୍‍ରେ ଥିଲେ। କିନ୍ତୁ ହଠାତ୍‌ ଭାରତ ଛାଡିବାର ସପ୍ତାହକ ଭିତରେ ସଲମାନ୍‌ ଖାନ୍‌ଙ୍କ ଅପୋଜିଟ୍‌ରେ ସଲ୍ଲ ମିଆଁଙ୍କର ପ୍ରିୟ ନାୟିକା କାଟ୍ରିନା କୈଫ୍‌ଙ୍କୁ ସାଇନ୍‌ କରିଲେ। ସଲମାନ୍‌ ଏକଥା ବି କହିଛନ୍ତି ଯେ ପ୍ରଯୋଜକ ଅତୁଲ ଅଗ୍ନିହୋତ୍ରୀଙ୍କ ପ୍ରଥମ ପସନ୍ଦ ବି ଥିଲେ କାଟ୍ରିନା।

ସମ୍ବନ୍ଧିତ ଖବର