ଅଭିନେତା ହେବା ପୂର୍ବରୁ ପ୍ରସାଧାନ ସାମଗ୍ରୀ ବିକ୍ରି କରୁଥିଲେ ଏହି ବଲିଉଡ୍‌ ନାୟକ

ମୁମ୍ବାଇ : ପୂର୍ବରୁ ଅନେକ ବଲିଉଡ଼ କଳାକାର ଅଭିନୟ ଜଗତକୁ ଅସିବା ପୂର୍ବରୁ କ’ଣ କରୁଥିଲେ ସେ ବିଷୟରେ ଆପଣଙ୍କୁ ଜଣାଇଛୁ । ଆଜି ଯେଉଁ କଳାକାରଙ୍କ ବିଷୟରେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ, ତାଙ୍କର କମେଡ଼ି ଟାଇମିଙ୍ଗ ପାଇଁ ସେ ସମସ୍ତଙ୍କ ପାଖରେ ପରିଚିତ । ବିଭିନ୍ନ ବଲିଉଡ଼ ଫିଲ୍ମରେ ତାଙ୍କର କମେଡ଼ି ଟାଇମିଙ୍ଗ୍‌ ପାଇଁ ତାଙ୍କ ପ୍ରଶଂସା କରାଯାଇଥିବା ବେଳେ ସେହି ମାଧ୍ୟମରେ ସେ ବଲିଉଡ଼ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ସେ ହେଉଛନ୍ତି ଅର୍ସଦ ଓ୍ଵାର୍ସି । ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ଗୋଲମାଲ-୪’ ରିଲିଜ ହୋଇଥିବା ବେଳେ ତାହା ବକ୍ସ ଅଫିସରେ ଧମାଲ କରିଥିଲା । ତେବେ ଅର୍ସାଦଙ୍କ ଫିଲ୍ମ କ୍ୟାରିୟର ବିଷୟରେ ଆପଣଙ୍କୁ ସବୁ କିଛି ଜଣା ଥିବ ।

କିନ୍ତୁ ଅଭିନୟକୁ ଆସିବା ପୂର୍ବରୁ ସେ କ’ଣ କରୁଥିଲେ ତାହା ଜାଣିଛନ୍ତି କି? ୧୯୬୮ ମସିହା ଏପ୍ରିଲ୍‌ ୧୯ରେ ଜନ୍ମ ହୋଇଥିବା ଅର୍ସଦ କମ୍‌ ବୟସରୁ ଅନାଥ ହୋଇ ଯାଇଥିଲେ । ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ସେ ୧୭ବର୍ଷ ବୟସରେ ଘର ଘର ବୁଲି ପ୍ରସାଧାନ ସାମଗ୍ରୀ ବିକ୍ରି କରୁଥିଲେ । ଏହା ସହ ଏକ ଫଟୋ ଲ୍ୟାବ୍‌ରେ ମଧ୍ୟ ସେ କାମ କରୁଥିଲେ । କିଛି ଦିନ ଏହି କାମ କରିବା ପରେ ତାଙ୍କର ନାଚ ପ୍ରତି ରୁଚି ଅଛି ବୋଲି ଜାଣି ସେ ଅକ୍‌ବର ଶାମୀ ଡ଼୍ୟାନ୍ସ ଗ୍ରୁପ୍‌୍‌ ସହ ଯୋଡ଼ି ହୋଇଥିଲେ ।

The Express Tribune

ଏହା ପରେ କୋରିଓଗ୍ରାଫର ହୋଇଗଲେ । ଏହା ପରେ ପ୍ରଖ୍ୟାତ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଅଧୀନରେ ଆସିଷ୍ଟାଣ୍ଟ ଡିରେକ୍ଟର ଭାବେ କାମ କରିବା ଆରମ୍ଭ କରିଥିଲେ । ୧୯୯୧ରେ ଇଣ୍ଡିଆ ଡ଼୍ୟାନ୍ସ ଚାଲେଞ୍ଜ୍‌ ଜିତିବା ପରେ ସେ ନିଜର ଏକ ଡ଼୍ୟାନ୍ସ ଏକାଡ଼େମୀ ଖୋଲିଥିଲେ । ୧୯୯୩ରେ ସେ ବଲିଉଡ଼ ଫିଲ୍ମ ‘ତେରେ ମେରେ ସପ୍‌ନେ’ ମାଧ୍ୟମରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେହି ବର୍ଷ ସେ ମାରିୟାଙ୍କୁ ବିବାହ ମଧ୍ୟ କରିଥିଲେ ।

ସମ୍ବନ୍ଧିତ ଖବର