ଆଫଗାନିସ୍ତାନର କ୍ରିକେଟରଙ୍କ ସହିତ ଅର୍ଶିଙ୍କ ହୋଇଥାଆନ୍ତା ନିର୍ବନ୍ଧ; ତାଲିବାନ ଦଖଲ ପରେ ଏସମ୍ପର୍କ ଭାଙ୍ଗି ଯାଇପାରେ!

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରି ନେଇଛି। କେତେବେଳେ କ’ଣ ହେବ ସେହି ଭୟରେ ଆଫଗାନିସ୍ତାନରେ ଲୋକେ ଦିନ କାଟୁଛନ୍ତି। ଏଥିସହିତ ଆଫଗାନିସ୍ତାନ ସହିତ ଜଡ଼ିତ ହୋଇଥିବା ଲୋକଙ୍କ ମନରେ ବି ଭୟର ବାତାବରଣ ଦେଖିବାକୁ ମିଳୁଛି। ଏମିତି ଭୟ ବି ଟେଲିଭିଜନ ଅଭିନେତ୍ରୀ ତଥା ବିଗବସ ଫେମ ଅର୍ଶି ଖାନଙ୍କ ମଧ୍ୟରେ ରହିିଛି।  ଖୁବଶୀଘ୍ର ତାଙ୍କର ନିର୍ବନ୍ଧ ଆଫଗାନିସ୍ତାନ କ୍ରିକେଟରଙ୍କ ସହିତ ହେବାର ଥିଲା। ବର୍ତ୍ତମାନ ସେଠାରେ ଯେଉଁଭଳି ପରିସ୍ଥିତି ଉପୁଜୁଛି ସେସବୁକୁ ଦେଖି ଅର୍ଶୀ ଭୟଭୀତ ହୋଇପଡ଼ିଛନ୍ତି।

 

 

View this post on Instagram

 

A post shared by ARSHI KHAN AK (@arshikofficial)

ଅର୍ଶୀଙ୍କ କହିବାନୁସାରେ, ଆଫଗାନିସ୍ତାନର ଜଣେ କ୍ରିକେଟରଙ୍କ ସହିତ ଅକ୍ଟୋବରରେ ତାଙ୍କ ନିର୍ବନ୍ଧ ହେବାର ଥିଲା। ଆଫଗାନିସ୍ତାନକୁ ତାଲିବାନ ନିଜ ଦଖଲକୁ ନେବା ପରେ ପୁଅଘର ପକ୍ଷରୁ ଏହି ନିର୍ବନ୍ଧ ଅଟକାଇବାକୁ ପଡ଼ିପାରେ। ଦେଖିବାକୁ ଗଲେ ଏହି ସମ୍ପର୍କକୁ ଭାଙ୍ଗିବାକୁ ବି ପଡ଼ିପାରେ। ଏହି ପ୍ରସ୍ତାବ ଅର୍ଶୀଙ୍କ  ବାପା ଠିକ କରି ଥିଲେ। ଆଫଗାନିସ୍ତାନର ପରିସ୍ଥିତି ଦେଖି ଅର୍ଶୀଙ୍କୁ ଲାଗୁଛି ପରିବାର ତାଙ୍କ ବିବାହ ଏବେ ଅନ୍ୟତ୍ର ଠିକ କରିବେ।

 

ସମ୍ବନ୍ଧିତ ଖବର