ବିଦାୟୀ ବର୍ଷରେ ଚର୍ଚ୍ଚାରେ ରହିଥିଲେ ଅର୍ଶୀ ଖାନ। ସନି ଲିଓନ୍ଙ୍କ ପରେ ‘ଗୁଗୁଲ୍’ରେ ତାଙ୍କୁ ହିଁ ଅଧିକ ଲୋକ ଖୋଜିଥିଲେ। ‘ବିଗ୍ ବସ୍’ରେ ସଲମାନ ଖାନଙ୍କ ଅନ୍ତରଙ୍ଗ ହୋଇପାରିଥିବାରୁ, ସେ ଶୀଘ୍ର ଅଭିନୟ ସୁଯୋଗ ପାଇବେ ବୋଲି ଆଶା କରାଯାଉଥିଲା। ବଲିଉଡ୍ ଅଭିନେତ୍ରୀଙ୍କ ଭଳି ତନୁପାତଳୀ ଦିଶିବା ପାଇଁ ସେ ପ୍ରତି ଦିନ ବ୍ୟାୟାମଶାଳା ଯାଉଛନ୍ତି। ଏବେ ତାଙ୍କୁ ଫିଲ୍ମ ମିଳିଯାଇଥିବା, ସକ୍ରିୟ ଥିବା ଏକ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଅର୍ଶୀ ଜଣାଇଛନ୍ତି। ଏହି ଦକ୍ଷିଣୀ ଫିଲ୍ମରେ ‘ବାହୁବଲୀ’ ପ୍ରଭାସ ଅଭିନୟ କରୁଥିବା କହିଛନ୍ତି। ଫିଲ୍ମଟି ପାଇଥିବାରୁ, ସଲମାନଙ୍କ ନିକଟରେ କୃତଜ୍ଞ ବୋଲି ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିବାକୁ ଭୁଲିନାହାନ୍ତି। ତେବେ, ତାଙ୍କର ନିନ୍ଦୁକଙ୍କୁ କଥାଟି ହଜମ ହେଉନାହିଁ। ଖବରରେ ରହିବାକୁ ଅର୍ଶୀ ଗୁଜବ ପ୍ରଚାର କରୁଥିବା, କେହି କେହି କହୁଛନ୍ତି। ଆଉ କିଛି କହୁଛନ୍ତି, ତାଙ୍କୁ ଗୋଟିଏ ଦକ୍ଷିଣୀ ହରର୍ ଫିଲ୍ମ ମିଳିଛି, ଯେଉଁଥିରେ ତାଙ୍କ ଭୂମିକା ଡାକିନୀର। ଅଫଗାନିସ୍ତାନ ଜନ୍ମିତ ଅର୍ଶୀ ଭାରତୀୟ ନାଗରିକ। ଘର ଭୋପାଲରେ। ବିକିନି ସହ ହିଜାବ ପିନ୍ଧିଥିବାରୁ, କିଛି ବର୍ଷ ତଳେ ତାଙ୍କ ବିରୋଧରେ ଏକ ଫତଓ୍ଵା ଜାରିକରାଯାଇଥିଲା।
ବାହୁବଲୀଙ୍କ ସହ ଆସିବେ ଅର୍ଶୀ
/sambad/media/post_attachments/wp-content/uploads/2018/01/Arshi-khan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)