ନୂଆଦିଲ୍ଲୀ: ମେଗା ରିୟାଲିଟି ସୋ’ ‘କୌନ୍‌ ବନେଗା କରୋଡପତି’ ସିଜିନ୍‌-୧୧ରେ ସେପ୍ଟେମ୍ବର ୧୭ ତାରିଖରେ ପ୍ରସାରିତ ହୋଇଥିବା ଅଧ୍ୟାୟରେ ହଟସିଟ୍‌ରେ  ବସି ଏମିତି ଜଣେ ପ୍ରତିଯୋଗୀ ଭାଗ ନେଇଥିଲେ, ଯିଏକି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଥିଲେ। ଏହି ପ୍ରତିଯୋଗୀଙ୍କ ନାମ ଆରତୀ କୁମାରୀ। ଆରତୀ ସ୍ତନକର୍କଟରେ ପୀଡିତ ଓ ତାଙ୍କର ଚିକିତ୍ସା ଚାଲିଛି।

Advertisment

ବିହାରର ଦରଭଙ୍ଗା ଜିଲ୍ଲାରେ ବସବାସ କରୁଥିବା ଆରତୀ ବ୍ୟାଙ୍କ ମ୍ୟାନେଜର ଭାବେ କାମ କରନ୍ତି। ତାଙ୍କର ସାତବର୍ଷର ପୁଅ ଅଛି। ଆରତୀ ତାଙ୍କ ମା’ଙ୍କ ସହିତ ରହନ୍ତି। କେବିସି ଜରିଆରେ ଏକ ବଡ଼ ମଞ୍ଚରେ ଆସି ଆରତୀ ନିଜ କର୍କଟ ପୀଡିତ ଜୀବନ ବିଷୟରେ କହିଥିଲେ। ମହିଳାମାନଙ୍କୁ ସ୍ତନକର୍କଟ ପ୍ରତି ଜାଗୃତ ବି କରିଥିଲେ। ଅମିତାଭ ବଚ୍ଚନ ବି ଆରତୀଙ୍କ ପ୍ରଶଂସା କରିଥିଲେ।

publive-image

ଆରତୀ କେବିସିରେ ଭାଗ ନେଇ ପ୍ରଶ୍ନର ସଠିକ୍‌ ଉତ୍ତର ଦେଇ ୬ଲକ୍ଷ ୪୦ହଜାର ଟଙ୍କା ଜିତି ଯାଇଥିଲେ। ଏହି ଅର୍ଥ ଜିତିବା ପରେ ଆରତୀ ଖେଳରୁ ଓହରି ଯାଇଥିଲେ। ଆରତୀଙ୍କ ସାମ୍ନାରେ ଆଗାମୀ ପ୍ରଶ୍ନ ଥିଲା କି, ଶିକାର କରିବା ପାଇଁ କେଉଁ ପକ୍ଷୀ ପାଖାପାଖି ୩୨୦କିମି ପ୍ରତିଘଣ୍ଟା ବେଗରେ ଉଡି ପାରିଥାଏ। ଏହାର ଉତ୍ତର ପେରଗ୍ରୀନ ଫାଲକନ୍‌ ଥିଲା। ଏହି ପ୍ରଶ୍ନ ୧୨ଲକ୍ଷ ୫୦ହଜାର ଟଙ୍କାର ଥିଲା।