୨ବର୍ଷ ପର୍ଯ୍ୟନ୍ତ କାମ ମିଳୁ ନଥିବାରୁ ଅବସାଦଗ୍ରସ୍ତ ହୋଇ ଯାଇଥିଲେ ବିଗ୍‌ ବସ୍‌ ପ୍ରତିଯୋଗୀ ଆର୍‌ତୀ

ମୁମ୍ବାଇ : ସୋ’ର ବିଷୟବସ୍ତୁକୁ ନେଇ ବିବାଦରେ ରହିଛି ରିୟାଲିଟି ସୋ’ ବିଗ୍‌ ବସ୍‌ ସିଜିନ୍‌-୧୩ । ସୋ’ରେ ପୁଅ-ଝିଅ ଗୋଟେ ଖଟରେ ଶୋଇବା ହେଉ ବା ସୋ’ ଖେଳାଯାଉଥିବା ଖେଳ, ସବୁରେ ଅଶ୍ଲୀଳତା ଭରି ରହିଛି ବୋଲି ଲୋକେ ସୋ’କୁ ବନ୍ଦ କରିବାକୁ ଦାବି କରିବାରେ ଲାଗିଛନ୍ତି । ଏହା ସହ ପ୍ରତିଯୋଗୀମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ହେଉଥିବା ଖୁଲାସା ମଧ୍ୟ ସୋ’ଟି ଚର୍ଚ୍ଚାରେ ରହିଛି । ପ୍ରତିଯୋଗୀ ଆର୍‌ତୀ ସିଂହ ଏବେ ନିଜର ଅବସାଦଗ୍ରସ୍ତ ସମୟର କଥାକୁ ସେୟାର କରିଛନ୍ତି ।

Image result for arti-singh
Times of India

ତାଙ୍କ ଅନୁଯାୟୀ, ଗୋଟେ ସମୟରେ ମୁଁ ଅନେକ ବଡ଼ ବଡ଼ ସୋ’ରେ କାମ କରିବା ସହ ସମସ୍ତେ ମୋତେ ଭଲ ଅଭିନେତ୍ରୀ ଭାବେ ଜାଣିଥିଲେ । କିନ୍ତୁ ଧିରେ ଧିରେ ମୋତେ କାମ ମିଳିବା ବନ୍ଦ ହୋଇ ଯାଇଥିଲା । ଲଗାତାର ୨ବର୍ଷ ପର୍ଯ୍ୟନ୍ତ ମୋତେ କାମ ମିଳି ନଥିଲା । ଯାହା ପାଇଁ ମୁଁ ଅବସାଦଗ୍ରସ୍ତ ହୋଇ ଯାଇଥିଲି । ରାତି ଅଧରେ ଉଠି ଘର ଲୋକଙ୍କୁ ଫୋନ କରିବା ସହ ମୋର ଏହି ସମସ୍ୟା ପାଇଁ ଭଲ ବିବାହ ପ୍ରସ୍ତାବ ଭାଙ୍ଗି ଯାଇଥିଲା । କିନ୍ତୁ ସମୟ ସହ ସବୁ ବଦଳିଥିଲା ।

ସମ୍ବନ୍ଧିତ ଖବର