ଅଟକିପାରେ ‘ଅରୁନ୍ଧତୀ’

ସୁଟିଂ, ଏଡିଟିଂ, ଡବିଂ, ମିକ୍ସିଂ; ସିନେମାର ପ୍ରାୟ ସବୁ ସୋପାନର କାମ ସରିଯାଇଛି। ଆଗାମୀ ମେ’ ମାସ ପ୍ରଥମାର୍ଦ୍ଧରେ ମୁକ୍ତିଲାଭ କରିବାକୁ ଯୋଜନା ମଧ୍ୟ ସରିଥିଲା। ହେଲେ କୋଭିଡ୍-୧୯ର ଦ୍ବିତୀୟ ଲହର ପୁଣି ସିନେମା ଜଗତ ଆଗରେ ବାଡ଼ ବସେଇଦେଇଛି। ଏ ସମୟରେ ବଲିଉଡ୍, ଟଲିଉଡ୍, କଲିଉଡ୍ ଏମିତି ଦେଶର ପ୍ରାୟ ଆଞ୍ଚଳିକ ଭାଷାର ସିନେ ଇଣ୍ଡଷ୍ଟ୍ରି କୋଭିଡ୍ କଟକଣାକୁ ନିଜ ତରଫରୁ ମାନିନେଇଛନ୍ତି। ଓଲିଉଡ୍‌ ବା ଏଥିରୁ ବାଦ ପଡ଼ିବ କେମିତି। ଏଣୁ ରମେଶ ବାରିକ ପ୍ରଯୋଜିତ ଓ ଅଜିତାଭ ମଲ୍ଲିକଙ୍କ ସହ ପ୍ରଯୋଜିତ ଚଳଚ୍ଚିତ୍ର ‘ଅରୁନ୍ଧତୀ’ର ମୁକ୍ତିଲାଭ କରିବାର ଆଶା କ୍ଷୀଣ ହୋଇଯାଇଛି।

ଏଥିରେ ନାୟକ ଅର୍ଥାତ୍ ଶିବା ଭୂମିକାରେ ଅଛନ୍ତି ଅଭିନେତା ରାଜବୀର। ତାଙ୍କ ଚରିତ୍ର ରୋମାଣ୍ଟିକ୍ ନୁହେଁ ପୂରାପୂରି ଆକ୍ସନ୍ ପ୍ୟାକ୍। ବସ୍ତି ଅଞ୍ଚଳରେ ରହୁଥିବା ଗୋଟେ ସରଳ ଯୁବକ ଶିବା କିନ୍ତୁ ଅସହାୟଙ୍କୁ ନ୍ୟାୟ ଦେବା ପାଇଁ ଗୁଣ୍ଡାଗିରି କରୁଛି। ଦେଖିବାକୁ କଠୋର କିନ୍ତୁ ହୃଦୟ ତା’ର କୋମଳ। ଶିବା ଅସହାୟା ଅରୁନ୍ଧତୀକୁ ନିଜ ଗୋଡ଼ରେ ଛିଡ଼ା କରିବାକୁ ନିଜ ଜୀବନକୁ ବାଜି ଲଗାଇ ସାହାଯ୍ୟ କରୁଛି। ଅରୁନ୍ଧତୀ ଭୂମିକାରେ ଅଛନ୍ତି ଅଭିନେତ୍ରୀ ଏଲିନା। ଏହା ପୂର୍ବରୁ ରାଜବୀର ଚଳଚ୍ଚିତ୍ର ‘ବଧୂ ନୁହେଁ ବନ୍ଧୁ’ ଓ ‘ଲଭ୍ ଫିଭର’ରେ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିଥିଲେ।

ସମ୍ବନ୍ଧିତ ଖବର