ଭୁବନେଶ୍ୱର: ଏବେ ମୁମ୍ବାଇରେ ରହୁଥିବା ଜଣେ ଓଡ଼ିଆ ଯୁବକଙ୍କର ଇତିମଧ୍ୟରେ ଓଡ଼ିଆ ଚଳଚିତ୍ର ଶିଳ୍ପରେ ପ୍ରବେଶ ଘଟିଛି । ନାଆଁ ତାଙ୍କର ଆର୍ଯ୍ୟନ ଦାଶ କୁମାର । ତାଙ୍କର ବୟସ ମାତ୍ର ୨୬ ବର୍ଷ । ଆର୍ଯ୍ୟନଙ୍କର ପୈତୃକ ଘର ପୁରୀ ସହରରେ । କିନ୍ତୁ ତାଙ୍କ ବାପା ଏୟାର ଫୋର୍ସ ଅଧିକାରୀଭାବେ କାର୍ଯ୍ୟରତ ଥିବା ହେତୁ ସେ ମୁମ୍ବାଇରେ ଅବସ୍ଥାନ କରୁଛନ୍ତି । ଆର୍ଯ୍ୟନ୍ ରିଲିଜ ହେବାକୁ ଥିବା ଏକ ନୂଆ ଓଡ଼ିଆ ସିନେମାରେ ନାୟକ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଫିଲ୍ମର ଟାଇଟଲ୍ ହେଲା ‘ଯୋଗୀ’ । ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ଏହି ସିନେମା ‘ ଯୋଗୀ’ର ମେଲ୍ ଲିଡ୍ରେ ଥିବା ଓଡ଼ିଆ ନାୟକ ଆର୍ଯ୍ୟନ ଏୟାର କ୍ରାଫ୍ଟ ଇଂଜିନିୟରିଂରେ ଡିଗ୍ରୀ କରିବା ପରେ ମୁମ୍ବାଇର କିଶୋର ନମିତ୍ ଆକ୍ଟିଂ ଇନ୍ଷ୍ଟିଚ୍ୟୁଟରେ ଆକ୍ଟିଂ କୋର୍ସ କରିଥିଲେ । ତା’ପରେ ସେ ପ୍ରଖ୍ୟାତ ଅଭିନେତା ଅନୁପମ ଖେରଙ୍କ ସହିତ ଥିଏଟର୍ ରେ କାମ କରିଥିଲେ । ଲୋକପ୍ରିୟ ଅଭିନେତା-ନିର୍ଦ୍ଦେଶକ ନାନା ପାଟେକରଙ୍କ ସହକାରୀ ଭାବେ କନ୍ନଡ ସିନେମାରେ ବି କାମ କରିଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
‘ ଯୋଗୀ’ ରେ ତାଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା ପ୍ରଭୁ। କାହାଣୀ ଅନୁଯାୟୀ ସେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପୁଅ । ଆଉ ସେ ଜଣେ ଗାନ୍ଧିବାଦୀ ପରିବାରର ଝିଅକୁ ଭଲ ପାଉଛି । ଏହି ସିନେମାରେ ଆର୍ଯ୍ୟନଙ୍କ ବିପକ୍ଷରେ ଅଛନ୍ତି ଓଲିଉଡର ଜଣାଶୁଣା ଶିଶୁ କଳାକାର ନିକିତା କିଶ୍ର। ନିକିତାଙ୍କ ସହ ତାଙ୍କର ଯୋଡି ଜମିଯିବ ବୋଲି ଆର୍ଯ୍ୟନ୍ ଆଶବାଦୀ। ତା’ଛଡ଼ା ‘ଯୋଗୀ’ ସିନେମା ତାଙ୍କ କ୍ୟାରିଅରକୁ ନୂଆ ମୋଡ ଦେବ ବୋଲି ବି ସେ କହିଛନ୍ତି।