ଡ୍ରଗ୍ସ ପାର୍ଟିରେ ଆରୟନ ଖାନ ବଲିଉଡର ଜଣେ ଅଭିନେତ୍ରୀଙ୍କ ସହିତ ନିଶା କାରବାରକୁ ନେଇ ଚାଟ କରିଥିଲେ: ଏନସିବି

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଶାହରୁଖ ଖାଁଙ୍କ ପୁଅ ଆରୟନ ଖାଁଙ୍କ ଜାମିନ ଆବେଦନ ପୁଣି ଥରେ ଖାରଜ ହୋଇଯାଇଛି । ଏହା ଫଳରେ ଆରୟନ ଆଉ କିଛି ଦିନ ଜେଲରେ ରହିବା ନିଶ୍ଚିତ ହୋଇଯାଇଛି। ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଫସିଥିବା ଆରୟନଙ୍କ ଜାମିନ ଆବେଦନକୁ କିଛିଦିନ ହେବ ଘୁଞ୍ଚାଇ ଦିଆଯାଉଛି। ଅକ୍ଟୋବର ୧୪ ତାରିଖରେ ସେସନସ କୋର୍ଟରେ ବିଚାରପତି ଓକିଲଙ୍କ ପକ୍ଷ ଶୁଣିବା ପରେ ଶୁଣାଣିକୁ ସୁରକ୍ଷିତ ରଖିଥିଲେ।।

ଏନଡିପିଏସର ସ୍ବତନ୍ତ୍ର ଅଦାଲତ ବୁଧବାର ଶହାରୁଖ ଖାଁଙ୍କ ପୁଅ ଆରୟନ ଖାନଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି‌ ଏହାକୁ ଖାରଜ କରି ଦେଇଛନ୍ତି। ଆରୟନ ଆର୍ଥର ରୋଡର ଜେଲରେ ବନ୍ଦୀ ଅଛନ୍ତି।

ଏହି କ୍ରମରେ ଆରୟନଙ୍କୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ତଥ୍ୟ ଅନୁଯାୟୀ, କ୍ରୁଜ ଡ୍ରଗ୍ସ ପାର୍ଟିରେ ଆରୟନ ଖାନ ବଲିଉଡର ଜଣେ ଅଭିନେତ୍ରୀଙ୍କ ସହିତ ଚାଟ କରିଥିଲେ ବୋଲି ପ୍ରମାଣ ଏନସିବି ହାତରେ ଲାଗିଛି। ଏହି ଚାଟରେ ଆରୟନ ବଲିଉଡ ଅଭିନେତ୍ରୀଙ୍କ ସହିତ ନିଶା କାରବାରକୁ ନେଇ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି। ଏଥିସହିତ ଆରୟନ ଅନେକ ଡ୍ରଗ୍ଦ ପେଡଲରଙ୍କ ସହିତ ବି କଥା ହୋଇଥିବା ଚାଟ ଅଦାଲତରେ ଦିଆଯାଇଛି।

ସମ୍ବନ୍ଧିତ ଖବର