ଏଭଳି କଥା କହି ଆରୟନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଜୁହି 

ନୂଆଦିଲ୍ଲୀ: ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ଆଜି ଜନ୍ମଦିନ। ଜେଲରୁ ଫେରିବା ପରେ ଆରୟନ ଲୋ ପ୍ରୋଫାଇଲ ଲାଇଫ ଷ୍ଟାଇଲ ଚାହୁଁଥିବା ଶୁଣିବାକୁ ମିଳୁଛି। ଚଳିତ ବର୍ଷ ଜନ୍ମଦିନରେ ଆରୟନ ଓ ତାଙ୍କ ପରିବାର କୌଣସି ପ୍ରକାର ଯୋଜନା କରି ନାହାନ୍ତି।

ସୋସିଆଲ ମିଡିଆରେ ଆରୟନଙ୍କୁ ଅନେକ ସେଲିବ୍ରିଟି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଦିନରେ ଆରୟନଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରିଛନ୍ତି। ଏହି କ୍ରମରେ ଆରୟନଙ୍କ ବେଲ ପାଇଁ ଗ୍ୟାରେଣ୍ଟର ହୋଇଥିବା ଜୁହି ବି ସ୍ବତନ୍ତ୍ର ଶୈଳୀରେ ଆରୟନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

 

Aryan Khan birthday: Juhi Chawla shares a precious childhood picture to wish Shah Rukh Khan's son; pledges to plant 500 trees

ଜୁହି ଟୁଇଟରରେ ଆରୟନଙ୍କ ସହିତ ନିଜ ପିଲାମାନଙ୍କ ଏକ ଫଟୋ ସେୟାର କରିଛନ୍ତି। ଆଉ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ଆରୟନ। ମୋର ଏତିକି ପ୍ରାର୍ଥନା କି ଆଗାମୀ ବର୍ଷ ତୁମ ପାଇଁ ସମ୍ମାନର ବର୍ଷ ହେଉ। ଭଗବାନ ତୁମର ରକ୍ଷା କରନ୍ତୁ। ସମସ୍ତ ଦୁଃଖକଷ୍ଟରୁ ଦୂରେଇ ରଖନ୍ତୁ। ବହୁତ ବହୁତ ସ୍ନେହ ଓ ଭଲପାଇବା.. ୫୦୦ ଗଛ ତୁମ ନାମରେ. ଜୟ, ଜୁହି, ଜାହ୍ନବୀ ଓ ଅର୍ଜୁନ ତରଫରୁ ବହୁତ ଭଲ ପାଇବା।

 

ସମ୍ବନ୍ଧିତ ଖବର