ରିଲିଜ୍‌ ହେଲା ‘ସଞ୍ଜୁ’ର ଟ୍ରେଲର; ଭିଡିଓରେ ଦିଶିଲା ପ୍ରେମରୁ ନେଇ ଆତଙ୍କବାଦ୍‌ ପର୍ଯ୍ୟନ୍ତ ସଞ୍ଜୟ ଦତ୍ତଙ୍କ ଜୀବନର ଚର୍ଚ୍ଚିତ ୬ ପର୍ଯ୍ୟାୟ

ମୁମ୍ବାଇ: ଏ ବର୍ଷର ବହୁ ପତୀକ୍ଷିତ ଫିଲ୍ମ ଟ୍ରେଲର୍‌ ଏବେ ରିଲିଜ୍‌ ହୋଇଯାଇଛି। ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ସଞ୍ଜୁ’ର ଟ୍ରେଲର୍‌ ମୁକ୍ତିଲାଭ କରିବା ପରେ ଏହା ଏବେ ଦର୍ଶକଙ୍କ ସ୍ନେହ ସାଉଁଟି ଚାଲିଛି। ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତଙ୍କ ଭୂମିକା ନିଭାଇଥିବା ରଣବୀର କପୁର୍‌ ଆପଣଙ୍କୁ ଏବେ ରଣବୀର କମ୍‌ ସଞ୍ଜୟ ବେଶି ଅନୁଭବ ହେବେ। ତାଙ୍କର ଲୁକ୍‌ ସାଙ୍ଗକୁ କଥା କୁହା ଅନ୍ଦାଜ ଦେଖିଲେ ଆପଣ ଦ୍ୱନ୍ଦ୍ୱରେ ପଡ଼ିଯିବେ ଯେ ସେ ରଣବୀର କି ସଞ୍ଜୟ! ଚଳଚ୍ଚିତ୍ରଟିକୁ ନିର୍ଦ୍ଦେଶନା ଦେଇଛନ୍ତି ଜଣାଶୁଣା ନିର୍ଦ୍ଦେଶକ ରାଜକୁମାର ହୀରାନି।

ଏହି ଟ୍ରେଲର୍‌ରେ ସଞ୍ଜୁଙ୍କ ଜୀବନର ୪ଟି ମୁଖ୍ୟ ଅଂଶକୁ ଦର୍ଶଯାଇଛି। ସଞ୍ଜୟଙ୍କ ପାରିବାରିକ ଜୀବନରୁ ନେଇ ପ୍ରେମ, ବନ୍ଧୁତ୍ୱ, ଆତଙ୍କବାଦ୍‌ ସଂପୃକ୍ତି ଆଦି ବିଭିନ୍ନ ପର୍ଯ୍ୟାୟ ରହିଛି ଏହି ଟ୍ରେଲର୍‌ରେ। ସଞ୍ଜୟ ଦତ୍ତଙ୍କ ବାପା ସୁନୀଲ ଦତ୍ତଙ୍କ ଭୂମିକାରେ ନଜର ଅସିଛନ୍ତି ପରେଶ ରାଓ୍ଵଲ୍‌। ସଞ୍ଜୟଙ୍କ ମାଆ ନର୍ଗିସଙ୍କ ଭୂମିକାରେ ନଜର ଆସିଛନ୍ତି ଅଭିନେତ୍ରୀ ମନୀଷା କୋଇରାଲା।

ଏଥିରେ ଅନୁଷ୍କା ଶର୍ମା, ସୋନମ କପୁର୍‌, ଦିୟା ମିର୍ଜା, ବୁମନ ଇରାନୀ, ଭିକି କୌଶଲ, କରୀସ୍ମା ତନ୍ନା। ଜିମି ସରଭ, ଆଦି ଅଭିନୟ କରିଛନ୍ତି। ଚଳଚ୍ଚିତ୍ରଟିକୁ ପଯୋଜନା କରିଛନ୍ତି ବିନୋଦ୍‌ ଚୋପ୍ରା।

ସମ୍ବନ୍ଧିତ ଖବର