ହେଲେନ୍‌ଙ୍କ ସୁନ୍ଦରତାର ପ୍ରଶଂସକ ଥିଲେ ଆଶା ଭୋସ୍‌ଲେ

କଣ୍ଠଶିଳ୍ପୀ ଆଶା ଭୋସ୍‌ଲେ ଅଭିନେତ୍ରୀ ହେଲେନଙ୍କ ସମ୍ପର୍କରେ ମତ ରଖି କହିଛନ୍ତି, ହେଲେନ୍‌ ‌ଏତେ ସୁନ୍ଦର ଥିଲେ ଯେ ଯେବେ ସେ ରୁମ୍‌ ଭିତରକୁ ପ୍ରବେଶ କରୁଥିଲେ, ମୁଁ ଗାଇବା ବନ୍ଦ କରି ତାଙ୍କୁ ଦେଖୁଥିଲି। ଏମିତିକି ହେଲେନ୍‌ଙ୍କୁ ସେ ଅନୁରୋଧ କରୁଥିଲେ ଯେ ଯେବେ ମୁଁ ଗୀତ ଗାଉଥିବି, ସେତେବେଳେ ତୁମେ ସେଠାକୁ ଆସିବ ନାହିଁ। କାଳେ ତାଙ୍କ ଗାଇବାରେ ବ୍ୟାଘାତ ‌ଘଟିବ ବୋଲି ସେ ଏପରି କହିଥିଲେ। ଦିନେ ଆଶା ହେଲେନ୍‌ଙ୍କୁ କହିଥିଲେ, ମୁଁ ଯଦି ପୁଅ ହେଇଥାଆନ୍ତି ତେବେ ତୁମକୁ ନେଇ ପଳାଇ ଥାଆନ୍ତି। ସୂଚନାଯୋଗ୍ୟ, ଆଶା ନିକଟରେ ନିଜର ଏକ ୟୁ-ଟ୍ୟୁବ ଚ୍ୟାନେଲ୍‌ ଆରମ୍ଭ କରିଛନ୍ତି। ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀରବିଶଙ୍କରଙ୍କ ୬୪ତମ ଜନ୍ମଦିନରେ ସେ ତାଙ୍କର ଏହି ଚ୍ୟାନେଲ ଆରମ୍ଭ କରିଥିବା ନେ‌ଇ ଟ୍ବିଟରରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର