ୟୁଟ୍ୟୁବ୍‌ରେ ଡେବ୍ୟୁ କଲେ ଆଶା ଭୋସ୍‌ଲେ, ନାତୁଣୀକୁ ଦେଲେ ସବୁ ଶ୍ରେୟ

ମୁମ୍ବାଇ: ନିଜର ଯାଦୁକରୀ କଣ୍ଠସ୍ବରରେ ଶ୍ରୋତାଙ୍କ ମନମୁଗ୍ଧ କରାଉଥିବା କଣ୍ଠଶିଳ୍ପୀ ଆଶା ଭୋସ୍‌ଲେ ନିକଟରେ ୟୁଟ୍ୟୁବ୍‌ରେ ଡେବ୍ୟୁ କରିଛନ୍ତି। ସେ ତାଙ୍କର ୟୁଟ୍ୟୁବ୍‌ ଡେବ୍ୟୁର ସମସ୍ତ ଶ୍ରେୟ ନିଜ ନାତୁଣୀକୁ ଦେଇଛନ୍ତି। ତାଙ୍କ ନାତୁଣୀଙ୍କ କଥାରେ ହିଁ ସେ ଚ୍ୟାନେଲ୍‌ ଲଞ୍ଚ୍‌ କରିଥିବା କଥା କହିଛନ୍ତି।

ଆଶା କହିଛନ୍ତି, ‘ବର୍ତ୍ତମାନର ପରିସ୍ଥିତି ଅନୁସାରେ ଅନ୍ୟ ସମସ୍ତଙ୍କ ପରି ମୁଁ ମଧ୍ୟ ମୋ ନାତି ନାତୁଣୀଙ୍କ ସହ ଘରେ ବନ୍ଦ ହୋଇ ରହିଛି। ମୁଁ ସେମାନଙ୍କଠାରୁ ଇଣ୍ଟର୍‌ନେଟ୍‌ ବିଷୟରେ ଶିଖୁଛି। ଏକ ନୂଆ ପୃଥିବୀ ମୋ ପାଇଁ ଖୋଲିଛି।’


YesPunjab

ଆଶା ଆହୁରି ବି କହିଛନ୍ତି ଯେ, ‘ଅନେକ ବର୍ଷ ଧରି ଲୋକମାନେ ମୋତେ ମ‌ୋ ନିଜ ଭାବନା ଲେଖିବାକୁ କହିଛନ୍ତି। ମାତ୍ର ମୋ ଭାବନା, ଅନୁଭୂତି ଓ ଭାବପ୍ରବଣତାକୁ ବର୍ଣ୍ଣନା କରିବାକୁ ମୋ ପାଖରେ ସମୟ ନଥିଲା। ମାତ୍ର ଏବେ ଯେହେତୁ ଘରେ ରହୁଛି ମୁଁ ଭାବୁଛି ୮୬ ବର୍ଷର ମୋର ଅନୁଭୂତିକୁ ମୁଁ ରେକର୍ଡ କରିବି। ତାହା ମାଧ୍ୟମରେ ମୁଁ ଆପଣଙ୍କ ମନୋରଞ୍ଜନ ବି କରାଇବି।’

ସେ  ତାଙ୍କର ୟୁଟ୍ୟୁବ୍ ଦୁନିଆରେ ପାଦ ରଖିବାର ଶ୍ରେୟ ନିଜ ନାତୁଣୀ ଜାନାଇଙ୍କୁ ଦେଇଛନ୍ତି। ଜାନାଇ ଜଣେ ଗୀତିକାର, କଣ୍ଠଶିଳ୍ପୀ, ସଂଗୀତଜ୍ଞ ଏବଂ ଶାସ୍ତ୍ରୀୟ କଥକ ନୃତ୍ୟଶିଳ୍ପୀ।

ସମ୍ବନ୍ଧିତ ଖବର