ମୁମ୍ବାଇ: ମୋ ମା’ ଜୀବିତ ଅଛନ୍ତି। ସୋସିଆଲ ମିଡିଆରେ ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କ ମୃତ୍ୟୁ ହୋଇଥିବା ନେଇ ଚର୍ଚ୍ଚା ହେବା ପରେ ଏଭଳି ସଫେଇ ଦେଲେ ପୁଅ ଆନନ୍ଦ ଭୋସଲେ। ମୃତ୍ୟୁ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିବା ପରେ ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅନେକ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରିଥିଲେ। ଏସବୁ ଚର୍ଚ୍ଚାକୁ ଦେଖି ତାଙ୍କ ପୁଅ ସ୍ପଷ୍ଟୀକରଣ ଦେଇଛନ୍ତି।
ସୂଚନା ମୁତାବକ, ଶବାନା ଶେଖ ନାମକ ଜଣେ ଫେସବୁକ୍ ବ୍ୟବହାରକାରୀ ଭୋସଲେଙ୍କ ମାଳା ପିନ୍ଧା ଫଟୋ ସହିତ ତାଙ୍କ ମୃତ୍ୟୁ ହୋଇଥିବା ଲେଖିଥିଲେ। ମାଳ ପିନ୍ଧା ଫଟୋ ସହିତ କ୍ୟାପସନରେ ସେ ଲେଖିଥିଲେ, "ପ୍ରସିଦ୍ଧ ଗାୟିକା ଆଶା ଭୋଁସଲେଙ୍କ ମୃତ୍ୟୁ ହୋଇଛି। ଏକ ଯୁଗରୁ ଅନ୍ତ ଘଟିଛି(୦୧ ଜୁଲାଇ ୨୦୨୫)"। ତାଙ୍କର ଏହି ପୋଷ୍ଟ ପରେ ଆଶାଜୀଙ୍କ ପ୍ରଶଂସକଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା। ହଠାତ୍ ଏଭଳି ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏଭଳି ପ୍ରଶଂସକଙ୍କୁ ଦୁଃଖିତ ଦେଖି ଆଶାଜୀଙ୍କ ପୁଅ ତୁରନ୍ତ ଏହି ଖବରଟି ମିଛ ବୋଲି ସ୍ପଷ୍ଟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/07/11/new-project-2025-07-11-10-15-12.jpg)