ମୁମ୍ବାଇ: ଲୋକପ୍ରିୟ ଅଭିନେତା ଆଶିଷ ବିଦ୍ୟାର୍ଥୀ ଆସାମର ରୁପାଲି ବରୁଆଙ୍କ ସହ ମେ ୨୫ ତାରିଖ, ଗୁରୁବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବହୁ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ ଏବଂ ଅନ୍ୟାନ୍ୟ ଅନେକ ଆଞ୍ଚଳିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଏହି ଅଭିନେତା ଦ୍ବିତୀୟ ବିବାହ କରିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ୬୦ବର୍ଷ ବୟସରେ ସେ ବିବାହ କରିବା ପରେ ତାଙ୍କ ପ୍ରଥମ ପତ୍ନୀ ମଧ୍ୟ ଏହାକୁ ପସନ୍ଦ କରିନଥିଲେ।
ଏବେ ବିବାହ ପରେ ଆଶିଷ ହନିମୁନ ଯାଇଥିବା ଦେଖାଯାଇଛି। ସେ ଆଫ୍ରିକାରେ ସମୟ କଟାଉଥିବା ଦେଖାଯାଇଛି। ହେଲେ ତାଙ୍କ ସହ ନାହାନ୍ତି ତାଙ୍କର ପ୍ରଥମ ପତ୍ନୀ ରୁପାଲି। ଆଶିଷ ନିଜର ଯେଉଁ ସବୁ ଭିଡିଓ ସେୟାର କରିଛନ୍ତି, ସେଥିରେ ରୁପାଲି ନଜର ଆସିନଥିବାରୁ ଲୋକେ ଆଶିଷଙ୍କୁ ଟ୍ରୋଲ କରୁଛନ୍ତି। ଏକାକୀ ହନିମୁନ ଯିବାର ଥିଲା ଯଦି ବିବାହ କାହିଁକି କରୁଥିଲ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।
View this post on Instagram
ଆଶିଷ ବିଦ୍ୟାର୍ଥୀ ନିଜ ଇନଷ୍ଟାରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଆଫ୍ରିକାରେ ଥିବା ଜଣାଇବା ସହ ସ୍ମୋକି ଫିସ୍ ଖାଉଥିବାର ଦେଖାଯାଇଛି। ଏହି ଭିଡିଓରେ ତାଙ୍କ ପତ୍ନୀ ନଜର ନଆସିବାରୁ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଏକା ବୁଲିବା ଏବଂ ଫୁଡ ବ୍ଲଗିଂ କରିବା ଖରାପ କଥା ନୁହେଁ, ହେଲେ ଏକା ବୁଲିବାର ଥିଲା ଯଦି ବିବାହ କାହିଁକି କରୁଥିଲ? ବୋଲି ଜଣେ ବ୍ୟବହାରକାରୀ ଲେଖିଥିବା ବେଳେ ଆଉ ଜଣେ ଲେଖିଛନ୍ତି, ଏବେ ତ ଘର ଖାଇବା ଖାଅ।