‌ମଜା ଉଡ଼ାଉଥିବା ଲୋକଙ୍କୁ କଡ଼ା ଜବାବ ଦେଲେ ଆଶିଷ ବିଦ୍ୟାର୍ଥୀ

ମୁମ୍ବାଇ:  ଅଭିନେତା ଆଶିଷ ବିଦ୍ୟାର୍ଥୀ ଆସାମର ରୁପାଲି ବରୁଆଙ୍କ  ସହ ମେ ୨୫ ତାରିଖ, ଗୁରୁବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।  ଗୌହାଟିରେ ରହୁଥିବା ବିଦ୍ୟାର୍ଥୀଙ୍କ ପତ୍ନୀ ରୁପାଲି କୋଲକାତାର ଏକ ବଡ଼ ଫ୍ୟାସନ୍‌ ଷ୍ଟୋର ସହ ଜଡ଼ିତ ଅଛନ୍ତି।

ଅଭିନେତା ଆଶିଷ ନିଜର ୬୦ ବର୍ଷ ବୟସରେ ବିବାହ ସଂପର୍କରେ ତାଙ୍କର ଭାବନା ଗଣମାଧ୍ୟମ ସହ ବାଣ୍ଟିଥିଲେ। ସେ କହିଥିଲେ, ‘ମୋ ଜୀବନର ଏହି ପର୍ଯ୍ୟାୟରେ ରୁପାଲିଙ୍କୁ ବିବାହ କରିବା ଏକ ଅସାଧାରଣ ଅନୁଭବ। ସକାଳେ ଆମର କୋର୍ଟ ମ୍ୟାରେଜ୍‌ ହୋଇଥିଲା ଏବଂ ସନ୍ଧ୍ୟାରେ ପାରମ୍ପରିକ ରୀତରେ ବିବାହ ହେଲା ବୋଲି ଆଶିଷ କହିଥିଲେ।

ଏହି ବିବାହ ପରେ କିଛି ଲୋକ ଆଶିଷ ବିଦ୍ୟାର୍ଥୀ ଓ ରୁପାଲିଙ୍କୁ ସେମାନଙ୍କ ବୈବାହିକ ଜୀବନର ଶୁଭକାମନା ଜଣାଇଛନ୍ତି। ଏହି କ୍ରମରେ ଆଉ କିଛି ଜଣ ଅଛନ୍ତି ମଇ ୨୫ ତାରିଖରୁ ଏଯାବତ ଆଶିଷଙ୍କ ବୟସ ଓ ବିବାହକୁ ନେଇ ଟ୍ରୋଲ କରିଛନ୍ତି।

ଏଭଳି ଲୋକଙ୍କୁ ନେଇ ଆଶିଷ କହିଛନ୍ତି, ‘ବିବାହ ପରେ ଅନେକ ଆପତ୍ତିଜନକ ପ୍ରତିକ୍ରିୟା ଆସିଛି। ଯେମିତି କି ବୁଢ଼ା…, ଏହା କ’ଣ ବିବାହ ବୟସ? ଏବେ ବିବାହ କରି କ’ଣ କରିବ? ପରିଣତ ବୟସରେ ବିବାହ କରିବାର କ’ଣ ଆବଶ୍ୟକ ? ଇତ୍ୟାତି ଇତ୍ୟାତି

 

ତେବେ ଆପଣଙ୍କୁ ଜଣାଇ ଦେବାକୁ ଚାହିଁବି କି ଯେଉଁମାନେ ବୁଢ଼ା ବୋଲି କହୁଛନ୍ତି। ସେମାନେ ବି ତ କାଲି ସକାଳେ ବୁଢ଼ା ହେବେ। ତେଣୁ ଅନ୍ୟକୁ କିଛି କହିବା ପୂର୍ବରୁ ନିଜ କଥା ଥରେ ଚିନ୍ତା କରନ୍ତୁ। ଆପଣମାନେ ଯାହା କରୁଛନ୍ତି କ’ଣ ସବୁ ଠିକ। ନିଜ ଖୁସି ପାଇଁ କ’ଣ ସାଥୀଟିଏ ବାଛି ପାରିବ ନାହିଁ। ଏଥିପାଇଁ କ’ଣ ବୟସର ଆବଶ୍ୟକ ରହିଛି। ମୋତେ ସାଥୀଟିଏ ଦରକାର ଥିଲା ସୁଖ-ଦୁଃଖ ବାଣ୍ଟିବା ପାଇଁ ଯାହାକି ମୁଁ ପାଇ ସାରିଛି।’

 

 

 

ସମ୍ବନ୍ଧିତ ଖବର