ଲୋକପ୍ରିୟ ଅଭିନେତା ଅଶୋକ ଦାସଙ୍କ ସଂପର୍କରେ ଏକଥା ଜାଣିଲେ ଆପଣ ବିଶ୍ବାସ କରିପାରିବେ ନାହିଁ !

ଭୁବନେଶ୍ବର: ଉଭୟ ବଡ଼ ଏବଂ ଛୋଟ ପରଦାର ଲୋକପ୍ରିୟ ଅଭିନେତା ଅଶୋକ ଦାସଙ୍କ ସଂପର୍କରେ ଏକଥା ଜାଣିଲେ ହୁଏତ ଆପଣ ବିଶ୍ବାସ କରିପାରିବେ ନାହିଁ, ମାତ୍ର ତାହା ନିହାତି ସତ। ହଁ, ପ୍ରତିଶୋଧ ଅପରାଧ ନୁହେଁ, ସନ୍ତାନ, ବ୍ୟାଚେଲର, ଏସିପି ସାଗରିକା ଏବଂ ମୀମାଂସା ଭଳି ସିନେମା ଏବଂ ମେଗା ଧାରାବାହିକ ‘କଥା କହୁଥିଲେ ସରିବନି’ରେ ପ୍ରଭାବଶାଳୀ ଅଭିନୟ କରିଥିବା ଅଶୋକ ଦାସ କେବଳ ଯେ ଜଣେ ଦକ୍ଷ ଅଭିନେତା ତା’ନୁହେଁ, ବରଂ ସେ ଜଣେ ସଫଳ ଦୁଗ୍ଧ ଚାଷୀ  ମଧ୍ୟ।

Image result for ashok das odia actor
image source-te wikipedia.org

ସକାଳ ହେଲେ ଓଲିଉଡ୍ ଅଭିନେତା ଅଶୋକ ଦାସଙ୍କ ଘର ଆଗରେ ଲୋକଙ୍କ ଭିଡ଼ ଜମେ  । ତେବେ ଏହି ଭିଡ଼ ଜମେ ଅଶୋକ ଦାସଙ୍କ ଘରୁ କ୍ଷୀର ନେବା ପାଇଁ । କାରଣ ଜଣେ ସଫଳ ଅଭିନେତା ହେବା ସହ ଜଣେ ସଫଳ ଦୁଗ୍ଧ ଚାଷୀ ଭାବେ ନିଜ ଅଂଚଳରେ ପ୍ରତିଷ୍ଠିତ ହୋଇପାରିଛନ୍ତି ଅଶୋକ ଦାସ । ଅଭିନୟ ପେଶାରୁ ସମୟ ବାହାର କରି, ଗୋପାଳନ କ୍ଷେତ୍ରରେ ମନୋନିବେଶ କରିଥିଲେ ଅଶୋକ । ଆଉ ଆଜି ତାଙ୍କର ରହିଛି ଏକ ସ୍ୱତନ୍ତ୍ର ଗାଈ ଫାର୍ମ । ଦିନକୁ ୩୦୦ ଲିଟର କ୍ଷୀର ତାଙ୍କ ଗାଈ ଫାର୍ମରୁ ବାହାରିଥାଏ । ଆଉ ଏହି କ୍ଷୀରକୁ କୌଣସି ସଂସ୍ଥା କି ବ୍ୟବସାୟୀଙ୍କୁ ଦେବା ବଦଳରେ ସିଧାସଳଖ ଲୋକଙ୍କୁ ବିକ୍ରି କରିଥାନ୍ତି ଅଶୋକ ଦାସ । ପ୍ରତ୍ୟେକ ଦିନ ସକାଳ ସାଢେ ୬ଟା ଓ ସନ୍ଧ୍ୟା ସାଢେ ୬ଟାରେ ତାଙ୍କ ଘରେ ବିକ୍ରି ହୁଏ କ୍ଷୀର ।


ଅଭିନୟ ସହ ଗୋପାଳନକୁ ପ୍ରାଧାନ୍ୟ ଦେଇ ଜଣେ ସଫଳ ଦୁଗ୍ଧ ଚାଷୀ ହୋଇପାରିଛନ୍ତି ଅଶୋକ ଦାସ , ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛନ୍ତି । ଅନୁଗୁଳ ସହର ଅମଲାପଡାରେ ରହିଛି ତାଙ୍କର ଘର । ଯେଉଁଠି ସେ ଖୋଲିଛନ୍ତି ନିଜ ଗୋପାଳନ ଫାର୍ମ ।
ବାପା ଗୋପିନାଥ ଦାସଙ୍କ ଇଚ୍ଛାକୁ ସମ୍ମାନ ଦେଇ ଗୋପାଳନ କ୍ଷେତ୍ରରେ ମନୋନିବେଶ କରିଥିଲେ ଅଶୋକ ଦାସ । ଆଉ ଏବେ ୫୦ଟି ଗାଈଙ୍କୁ ନେଇ ଦୁଗ୍ଧ ଚାଷ କରୁଛନ୍ତି । ଏହାସହ ୧୦ରୁ ଅଧିକ ଲୋକଙ୍କୁ କାମଦେଇ ରୋଜଗାରକ୍ଷମ କରିପାରିଛନ୍ତି ସେ ।

ସମ୍ବନ୍ଧିତ ଖବର