ଅଶ୍ବିନୀ ୧୦ ବର୍ଷ ତଳେ ଟେଲିଭିଜନର ଉପସ୍ଥାପନା ଜଗତରେ ପାଦ ଥାପିଥିଲେ। ତରଙ୍ଗ ମ୍ୟୁଜିକ୍ର ମର୍ଣ୍ଣିଙ୍ଗ୍ ଉଇଥ୍ ମ୍ୟୁଜିକ୍ କାର୍ଯ୍ୟକ୍ରମରେ ମନୋରଞ୍ଜକ ଉପସ୍ଥାପନା ପାଇଁ ମିଳିଥିଲା ତାଙ୍କୁ ଅନେକ ପ୍ରଶଂସା। ପରେ ପରେ ଲଭ୍ ଗୁରୁ, କିଏ ହବ ମୋ ହିରୋଇନ୍ ଭଳି ଅନେକ କାର୍ଯ୍ୟକ୍ରମ କରିଥିଲେ ଓ ଦର୍ଶକଙ୍କ ହୃଦୟ ଜିତିଥିଲେ। ଏହାପରେ ଦୁଇଟି ଟେଲି ଧାରାବାହିକରେ ଅଭିନୟ କରି ନିଜ ଅଭିନୟର ଦକ୍ଷତା ପ୍ରତିପାଦିତ କରିଥିଲେ। ୨୦୧୭ରେ ଆଇଡଲ୍ ଓଡ଼ିଶା ନାଁରେ ଏକ ପ୍ରଡକ୍ସନ୍ ହାଉସ୍ ପ୍ରତିଷ୍ଠାତା କରିଥିଲେ। ଅନେକ ବିଜ୍ଞାପନ ଓ ମ୍ୟୁଜିକ୍ ଭିଡିଓ ଏବଂ ଚଳଚ୍ଚିତ୍ର ଜରିଆରେ ଅଶ୍ୱିନୀ ଦର୍ଶକଙ୍କୁ ବିମୁଗ୍ଧ ବିମୋହିତ କରିଛନ୍ତି।
୨୦୧୪ରେ ଏକ ସୁଟିଂସେଟ୍ରେ ପ୍ରେରଣାଙ୍କ ସହିତ ତାଙ୍କର ଦେଖାହୁଏ। ଅଳ୍ପ ମିଳାମିଶାରେ ଦୁହିଙ୍କ ଭିତରେ ବନ୍ଧୁତା ଗଢ଼ିଉଠେ। ପରେ ଏକାସାଥୀରେ ଅନେକ କାର୍ଯ୍ୟକ୍ରମରେ ଏକାଠି ସାମିଲ ହୁଅନ୍ତି। ପ୍ରେମ ଏ ଦୁହିଙ୍କୁ ଆହୁରି ଅନ୍ତରଙ୍ଗ କରିଦିଏ। ନିକଟରେ ଉଭୟ ପରିବାରର ସହମତିରେ ଅଶ୍ବିନୀ ଓ ପ୍ରେରଣାଙ୍କର ରିଙ୍ଗ୍ ସେରିମନି ସରିଯାଇଛି। ଆଉ କିଛିଦିନ ଭିତରେ ଏ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବେ। ଅଭିନେତା ଅଶ୍ବିନୀ ଦୁର୍ଗତିନାଶିନୀ-୨, କୁରୁକ୍ଷେତ୍ର, ସୀତା, ଲଭର ବୟ ପରି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବା ବେଳେ ଅଗସ୍ତ୍ୟା, ଅଦୃଶ୍ୟମ୍, ଅହ୍ୟ ସୁଲକ୍ଷଣୀ ଆଦି ସିନେମାରେ ଅଭିନୟ କରିଛନ୍ତି। ସେମିତି ହାଲୋ ହାଏ ନମସ୍କାର, କିଏ ହେବ ମୋ ହିରୋଇନ୍, ଲଭ୍ ଗୁରୁ, ମର୍ଣ୍ଣିଙ୍ଗ ଉଇଥ୍ ମ୍ୟୁଜିକ୍, ମୁଁ ବି ଗାଇପାରେ ଗୀତ, ତରଙ୍ଗ ସଖୀ ଆଦିରେ ଉପସ୍ଥାପକ ଭାବେ ସେ ଦର୍ଶକଙ୍କ ମନ ମୋହିଛନ୍ତି।
ଏପାଖେ ପ୍ରେରଣା ଲିଟିଲ୍ ଷ୍ଟାର, କୀ ଆଣ୍ଡ କା, ରଜ ସୁନ୍ଦରୀ, ହଟ୍ ସିଟ୍, ଓଡ଼ିଶାର ନୂଆ ସ୍ବର, ହାଲୋ ହାଏ ନମସ୍କାର, କପେ ଚା’ ଦି’ପଦ କଥା ଆଦିରେ ଉପସ୍ଥାପିକା ସାଜି ଦର୍ଶକ ଓ ପ୍ରତିଯୋଗୀଙ୍କ ହୃଦୟ ଜିଣିଛନ୍ତି। ଅନେକ କାର୍ଯ୍ୟକ୍ରମରେ ଏକାଠି ସାମିଲ ହୁଅନ୍ତି ଅଶ୍ବିନୀ ଓ ପ୍ରେରଣା। କଳା ଜଗତରେ କିଛି ସମୟ ଏକାଠି ହେବା ପରେ ଏ ଦୁହେଁ ଆହୁରି ଅନ୍ତରଙ୍ଗ ହୋଇଯାଆନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/aswani.jpg)