ଏକ ବର୍ଷ ହେଲା ନିଜ ଝିଅ ବିଷୟରେ କାହାକୁ ଜଣାଇ ନ ଥିଲେ ଅଭିନେତ୍ରୀ ଆସିନ୍‌, ବର୍ଷେ ପରେ ଭାଇରାଲ ହେଲା ଫଟୋ ଏବଂ ସାମ୍ନାକୁ ଆସିଲା ନାଁ

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ଏବଂ ଆମିର ଖାନ୍‌ଙ୍କ ଭଳି କଳାକାରଙ୍କ ସହ କାମ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅଭିନେତ୍ରୀ ଆସିନ୍‌ । ବେଶି ସମୟ ସେ ବଲିଉଡ୍‌ରେ ନ କଟାଇ ୨୦୧୬ରେ ବ୍ୟବସାୟୀ ରାହୁଲ ଶର୍ମାଙ୍କୁ ବିବାହ କରିଥିଲେ । ୨୦୧୭ରେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ମଧ୍ୟ ବର୍ଷେ ପର୍ଯ୍ୟନ୍ତ ସେ ନିଜ ଝିଅର କୌଣସି ଫଟୋ ବା ନାଁ ସୋସିଆଲ ମିଡ଼ିଆରେ ସେୟାର କରି ନଥିଲେ ।

Onmanorama

ଅନ୍ୟ କଳାକାରମାନେ ନିଜ ପିଲାମାନଙ୍କର ପ୍ରତିଟି ଫଟୋ ସୋସିଆଲ ମିଡ଼ିଆରେ ସେୟାର କରୁଥିବା ବେଳେ ଏହାର ଠିକ୍‌ ଓଲଟା କରିଛନ୍ତି ଆସିନ୍‌ । ଜନ୍ମ ହେବାର ବର୍ଷେ ପରେ ଏବେ ଆସିନ୍‌ ନିଜ ଝିଅର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ତାଙ୍କ ଝିଅର ନାମ ଆରିନ ରଖାଯାଇଥିବା ବେଳେ ଆସିନ୍‌ ସେୟାର କରିଥିବା ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଅକ୍ଟୋବର ୨୫ରେ ଆସିନ୍‌ ଏବଂ ରାହୁଲ ଆରିନ୍‌ର ଜନ୍ମଦିନ ପାଳନ କରିଥିବା ବେଳେ ଇନ୍‌ଷ୍ଟାରେ ଫଟୋ ଏବଂ ନାଁକୁ ସମସ୍ତଙ୍କ ସହ ସେୟାର କରିଥିଲେ ।

ସମ୍ବନ୍ଧିତ ଖବର