ନିଜର ଗୋପନ ବିବାହ ଖବର ଉପରେ ଏପରି ପ୍ରତିକ୍ରିୟା ରଖିଲେ ଜସ୍‌ମିନ୍

ମୁମ୍ବାଇ: ବିଗ୍‌ବସ୍‌-୧୪ର ପ୍ରତିଯୋଗୀ ତଥା ଟେଲିଭିଜନ ଅଭିନେତ୍ରୀ ଜସ୍‌ମିନ୍‌ ଭସିନ୍‌ ନିଜର ବିବାହ ଗୁଜବକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ବହୁ ଗଣାମାଧ୍ୟମ ପୋର୍ଟାଲ୍‌ରେ ଖବର ପ୍ରସାରିତ ହୋଇଥିଲା ଯେ ଜସମିନ୍‌ ଗୋପନରେ ବିବାହ କରିଛନ୍ତି। କିଛିଦିନ ତଳେ ସେ ତାଙ୍କର ଏକ ଫଟୋସୁଟ୍‌ କରିଥିଲେ। ସେହି ଫଟୋରେ ସେ କନ୍ୟା ବେଶରେ ନଜର ଆସିଥିଲେ। ସେହି  ଫଟୋକୁ କିଛି ଗଣମାଧ୍ୟମ ସଂସ୍ଥା ଜସମିନ୍‌ ଗୋପନରେ ବିବାହ କରିଛନ୍ତି ବୋଲି ଲେଖି ଖବର ପ୍ରସାରଣ କରିଥିଲେ, ଯାହାକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ଜସମିନ୍‌।

ନିଜର ଗୋପନ ବିବ‌ାହକୁ ନେଇ ଉଠିଥିବା ଗୁଜବକୁ ନେଇ ସଜମିନ୍‌ ଏକ ଇନ୍‌ଷ୍ଟା ପୋଷ୍ଟ୍‌ ଜରିଆରେ କହିଛନ୍ତି, ‘ମୋ ଫଟୋ ଦେଇ ଜସମିନ୍‌ଙ୍କ ଗୋପନ ବିବାହ ବୋଲି ଲେଖୁଥିବା ସମସ୍ତ ପୋର୍ଟାଲକୁ ମୁଁ କହୁଛି କି ମୋ ପ୍ରିୟର ବନ୍ଧୁଗଣ, ମୁଁ ବିବାହ କରିବି ତ ଧୁମ୍‌ଧାମ୍‌ରେ କରିବି। ତୁମମାନଙ୍କୁ ବି ନିମନ୍ତ୍ରଣ ଦେବି। ଏପରି ଲୁଚିଲୁଚି କରିବିନି। ଏଥିପାଇଁ ଦୟାକରି ଏସବୁ ଲେଖିବା ବନ୍ଦ କରନ୍ତୁ। ମୁଁ ଏବେ କେବଳ ଓ କେବଳ କାମରେ ବ୍ୟସ୍ତ ଅଛି।’

ଜସମିନ୍‌ ତାଙ୍କ ବନ୍ଧୁ ତଥା ବିଗ୍‌ବସ୍‌ ପ୍ରତିଯୋଗୀ ଅଲି ଗୋନିଙ୍କୁ ଡେଟ୍‌ କରୁଛନ୍ତି। ସେମାନଙ୍କ ସଂପର୍କର ଆରମ୍ଭ ବିଗ୍‌ବସ୍‌ରୁ ହୋଇଥିଲା। ଏହା ପୂର୍ବରୁ ସେମାନେ ବେଶ୍‌ ଘନିଷ୍ଠ ଥିଲେ। ପୂର୍ବରୁ ସେ ଦୁହେଁ ଦୁହିଁଙ୍କୁ ନିଜର ବନ୍ଧୁ ବୋଲି କହୁଥିଲେ। ମାତ୍ର ବିଗ୍‌ବସ୍‌ ହାଉସ୍‌ରେ ଉଭୟ ଉଭୟଙ୍କୁ ପ୍ରେମ କରୁଥିବା ସ୍ବୀକାର କରିଥିଲେ।

ସମ୍ବନ୍ଧିତ ଖବର