ଚଳଚ୍ଚିତ୍ର ‘ବିଜୁ ବାବୁ’ରେ ଅଶ୍ରୁ ଅବିକଳ ବିଜୁ ବାବୁ

ନୀଳମାଧବ ପଣ୍ଡା ନିବେଦିତ ଏବଂ ଏଲିଆନୋରା ଇମେଜେସ୍ ପ୍ରଯୋଜିତ ଅକ୍ଷୟ ପରିଜା ପ୍ରଡକ୍ସନ୍ ଓ ପ୍ରକାଶ ଫିଲ୍ମସର ମିଳିତ ପ୍ରଯୋଜନାରେ ନିର୍ମିତ ଚଳଚ୍ଚିତ୍ର ‘ବିଜୁ ବାବୁ’ ୨୦୧୯ ମାର୍ଚ୍ଚ ୨୯ ତାରିଖରେ ମୁକ୍ତିଲାଭ କରିଥିଲା। ଏହାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଥିଲେ ଯୁଗ୍ମଭାବେ ଦେବୀପ୍ରସାଦ ଲେଙ୍କା ଓ ବିଶାଲ ମୌର୍ଯ୍ୟ। ଏଥିରେ ଅନୁଭବ, ସୁପ୍ରିୟା, ପ୍ରଜ୍ଞାଙ୍କୁ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିଥିଲା।

‘ମିଥ୍ୟା ସର୍ବଶ୍ରେଷ୍ଠ ଧ୍ବଂସକାରୀ ଶକ୍ତି’, ‘ମିଥ୍ୟାରୁ ସୃଷ୍ଟିହୁଏ ଆତଙ୍କ’, ମିଥ୍ୟାକୁ ପରାସ୍ତ କରେ ସତ୍ୟ’ ଆଉ ‘ସେ ସତ୍ୟର ମହାନାୟକ’ ହେଉଛନ୍ତି କଳିଙ୍ଗ ଷଣ୍ଢ। ଏଇ ସଂଳାପକୁ ନେଇ ‘ବିଜୁବାବୁ’ ଚଳଚ୍ଚିତ୍ରର ନାୟକ ସାଜିଥିଲେ ଅନୁଭବ ମହାନ୍ତି। ଏଥିରେ ବିଜୁ ବାବୁଙ୍କ ଭୂମିକାରେ ଅବତୀର୍ଣ୍ଣ ହେଇଥିବା ଅଶ୍ରୁମୋଚନ ମହାନ୍ତିଙ୍କ ଦୁଇଟି ସଂଳାପ ବିଶେଷ ଭାବେ ଦର୍ଶକଙ୍କ ହୃଦୟ ସ୍ପର୍ଶ କରିଥିଲା, ତାହା ହେଉଛି- ‘ଆଜି ତୋତେ ମା’ ଡାକୁଛି, ତୋ ମାଟିର ସ୍ବାର୍ଥ ପାଇଁ ତୋତେ ଉଠିବାକୁ ହେବ’ ଓ ‘ଅସତ୍ୟର ଓଡ଼ିଶା ନିଶ୍ଚିତ ସତ୍ୟର ଓଡ଼ିଶା ହେଇପାରିବ’। ସବୁଠୁ ବଡ଼କଥା ଅଶ୍ରୁମୋଚନଙ୍କ ଚେହେରା ଅବିକଳ ବିଜୁ ବାବୁଙ୍କ ଚେହେରା ସହିତ ମିଶିଯାଉଥିଲା। ଏଇ ଫଟୋଟି ବିସ୍ମିତ କରିବାରୁ ବିଜୁ ବାବୁ ପୁଣି ମନେପଡ଼ିଲେ।

ସମ୍ବନ୍ଧିତ ଖବର